ଆଜିଠୁ ରାଷ୍ଟ୍ରପତିଙ୍କ ୪ ଦିନିଆ ଶିମଲା ଗସ୍ତ
ଶିମଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୪ ଦିନିଆ ଶିମଲା ଗସ୍ତରେ ଯିବେ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶିମଲାରେ ରହିବେ। ମଙ୍ଗଳବାର ଅପରାହ୍ନରେ ରାଷ୍ଟ୍ରପତି ଶିମଲାରେ ପହଞ୍ଚିବାପରେ ସିଧାସଳଖ ରାଷ୍ଟ୍ରପତି ନିବାସ ଯିବେ। ଆସନ୍ତାକାଲି ସେ ଶିମଲାରେ ତୁଲିପ ଗାର୍ଡେନ ଉଦ୍ଘାଟନ କରିବେ ଏବଂ ସନ୍ଧ୍ୟାରେ ରାଜଭବନରେ ଏକ ସିଭିକ ରିସେପସନରେ ଯୋଗ ଦେବେ। ଏଠାରେ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ଶିମଲାରେ କଡ଼ା ସୁରକ୍ଷା […]
ଶିମଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୪ ଦିନିଆ ଶିମଲା ଗସ୍ତରେ ଯିବେ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶିମଲାରେ ରହିବେ। ମଙ୍ଗଳବାର ଅପରାହ୍ନରେ ରାଷ୍ଟ୍ରପତି ଶିମଲାରେ ପହଞ୍ଚିବାପରେ ସିଧାସଳଖ ରାଷ୍ଟ୍ରପତି ନିବାସ ଯିବେ। ଆସନ୍ତାକାଲି ସେ ଶିମଲାରେ ତୁଲିପ ଗାର୍ଡେନ ଉଦ୍ଘାଟନ କରିବେ ଏବଂ ସନ୍ଧ୍ୟାରେ ରାଜଭବନରେ ଏକ ସିଭିକ ରିସେପସନରେ ଯୋଗ ଦେବେ। ଏଠାରେ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ଶିମଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସମଗ୍ର ସହରରେ ସେନା ଛାଉଣି ହେବା ସହ ସହରଟି ଏକ ଦୁର୍ଗରେ ପରିଣତ ହୋଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରାାୟ ୧୫୦୦ ଯବାନ ମୁତୟନ ହୋଇଛନ୍ତି। ୪ ଦିନର ରହଣୀ ସମୟରେ ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପତି ନିବାସରେ ରହିବେ।




