ଆଜିଠୁ ବାଇଡେନଙ୍କ ଭାରତ ଗସ୍ତ , ଦିଲ୍ଲୀରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ ତାରିଖ ଜି-୨୦ ସମ୍ମିଳନୀ ପାଇଁ ବାଇଡେନ୍ ଭାରତ ଗସ୍ତ କରୁଛନ୍ତି। ଭାରତରେ ପହଞ୍ଚିବାପରେ ବାଇଡେନ୍ ବୁଲେଟପ୍ରୁଫ୍ ‘ବିଷ୍ଟ୍’ରେ ଯାତ୍ରା କରିବେ। ଏହାକୁ ଆମେରିକାର ବୋଇଙ୍ଗ ସି-୧୭ ଗ୍ଲୋବମାଷ୍ଟର-୩ରେ ଅଣାଯିବ। ବାଇଡେନଙ୍କ ଭାରତ ଗସ୍ତ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଅର୍ଦ୍ଧସାମରିକ ବଳ, ଭାରତର ଏସ୍ପିଜି (ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ)ର କମାଣ୍ଡୋ ଏବଂ ଏସଏସଜି (ସିକ୍ରେଟ ସର୍ଭିସ […]
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ ତାରିଖ ଜି-୨୦ ସମ୍ମିଳନୀ ପାଇଁ ବାଇଡେନ୍ ଭାରତ ଗସ୍ତ କରୁଛନ୍ତି। ଭାରତରେ ପହଞ୍ଚିବାପରେ ବାଇଡେନ୍ ବୁଲେଟପ୍ରୁଫ୍ ‘ବିଷ୍ଟ୍’ରେ ଯାତ୍ରା କରିବେ। ଏହାକୁ ଆମେରିକାର ବୋଇଙ୍ଗ ସି-୧୭ ଗ୍ଲୋବମାଷ୍ଟର-୩ରେ ଅଣାଯିବ। ବାଇଡେନଙ୍କ ଭାରତ ଗସ୍ତ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଅର୍ଦ୍ଧସାମରିକ ବଳ, ଭାରତର ଏସ୍ପିଜି (ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ)ର କମାଣ୍ଡୋ ଏବଂ ଏସଏସଜି (ସିକ୍ରେଟ ସର୍ଭିସ ଏଜେଣ୍ଟ୍) ମୁତୟନ ହୋଇଛନ୍ତି। ବାଇଡେନ୍ ଏବଂ ଅନ୍ୟ ଆମେରିକୀୟ ପ୍ରତିନିଧି ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲ୍ରେ ରହିବେ। ହୋଟେଲର ୧୪ ମହଲାରେ ରହିବେ ବାଇଡେନ୍। ଯେଉଁମାନେ ୧୪ ମହଲାକୁ ଯିବେ ସେମାନଙ୍କୁ ଏକ ସ୍ବତନ୍ତ୍ର କାର୍ଡ ମିଳିବ। ସେହିପରି ୧୪ ମହଲାରେ ପହଞ୍ଚିବାପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ବ୍ୟବସ୍ଥା କରାଯାଇଛି। ହୋଟେଲରେ ୪୦୦ ରୁମ୍ ବୁକ୍ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ‘ଦି ବିଷ୍ଟ୍’ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ଷ୍ଟେଟ୍ କାର। ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ବାଇଡେନ୍ ଏହି କାର୍ରେ ଯିବେ। ଏହା ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ବୁଲେଟପ୍ରୁଫ୍ କାର। ଏହା ଆମେରିକା ସୁରକ୍ଷା ସେବା ସବୁ ସମୟରେ ଏହା ଉପରେ ନଜର ରଖିବେ।




