ଆଜିଠୁ ଜୟଶଙ୍କରଙ୍କ ୫ ଦିନିଆ ରୁଷ୍ ଗସ୍ତ
ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜିଠାରୁ ୫ ଦିନିଆ ରୁଷ୍ ଗସ୍ତ କରିଛନ୍ତି। ରୁଷ୍ରେ ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା କରିବେ। ରୁଷ୍ରେ ପହଞ୍ଚିବାପରେ ଜୟଶଙ୍କର ଏକ୍ସରେ ଏକ ପୋଷ୍ଟ୍ କରି ଏହା ଅବଗତ କରିଛନ୍ତି। ଗସ୍ତ ସମୟରେ ସେ ସେଣ୍ଟ ପିଟର୍ସବର୍ଗ ଗସ୍ତ କରିବେ। ରୁଷ୍ ଉପପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ମନ୍ତ୍ରୀ ଡେନିସ ମଣ୍ଟୁରଭଙ୍କ ସହ ପୁଟିନ ଆଲୋଚନା କରିବେ। ରୁଷ୍ ପ୍ରତିପକ୍ଷ […]
ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜିଠାରୁ ୫ ଦିନିଆ ରୁଷ୍ ଗସ୍ତ କରିଛନ୍ତି। ରୁଷ୍ରେ ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା କରିବେ। ରୁଷ୍ରେ ପହଞ୍ଚିବାପରେ ଜୟଶଙ୍କର ଏକ୍ସରେ ଏକ ପୋଷ୍ଟ୍ କରି ଏହା ଅବଗତ କରିଛନ୍ତି। ଗସ୍ତ ସମୟରେ ସେ ସେଣ୍ଟ ପିଟର୍ସବର୍ଗ ଗସ୍ତ କରିବେ। ରୁଷ୍ ଉପପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ମନ୍ତ୍ରୀ ଡେନିସ ମଣ୍ଟୁରଭଙ୍କ ସହ ପୁଟିନ ଆଲୋଚନା କରିବେ। ରୁଷ୍ ପ୍ରତିପକ୍ଷ ସେର୍ଗି ଲାଭରୋବଙ୍କ ସହ ପୁଟିନ ଦ୍ବିପାକ୍ଷିକ , ବହୁପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ। ଶକ୍ତି, ବାଣିଜ୍ୟ, ପ୍ରତିରକ୍ଷା ଏବଂ ଯୋଗାଯୋଗ କ୍ଷେତ୍ରରେ ସେର୍ଗି ଏବଂ ପୁଟିନ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ ରୁଷ୍ ୟୁକ୍ରେନ ଆକ୍ରମଣ କରିବା ସତ୍ତ୍ବେ ଭାରତ ଏବଂ ରୁଷ୍ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଛି। ରୁଷ୍ର ୟୁକ୍ରେନ ଆକ୍ରମଣକୁ ଭାରତ ଏଯାବତ ନିନ୍ଦା କରିନାହିଁ। ଅନ୍ୟପକ୍ଷେ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ସଙ୍କଟର ସମାଧାନ ହୋଇପାରିବ ବୋଲି ଭାକରତ କହିଆସିଛି।




