ଆଜିଠୁ ଇସ୍ରାଏଲ-ହମାସ ୪ ଦିନିଆ ଯୁଦ୍ଧବିରତି ଆରମ୍ଭ , ଆଜି ମୁକୁଳିବେ ୧୩ ପଣବନ୍ଦୀ

ନୂଆଦିଲ୍ଲୀ : ଆଜିଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆରମ୍ଭ ହୋଇଛି। ୪ ଦିନିଆ ଯୁଦ୍ଧବିରତିର ଆଜି ପ୍ରଥମ ଦିନ। ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ଇସ୍ରାଏଲୀ ମହିଳା ଏବଂ ଶିଶୁଙ୍କୁ ଆଜି ମୁକ୍ତ କରାଯିବ। ତେବେ ଯୁଦ୍ଧବିରତିର କିଛି ଘଣ୍ଟା ପୂର୍ବରୁ ଅଲ ସିଫା ହସ୍ପିଟାଲ ଉପରେ ଭୟଙ୍କର ବୋମାମାଡ଼ ହୋଇଥିଲା। ହମାସ ଆତଙ୍କବାଦୀ ଅଲ ହସ୍ପିଟାଲକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି ବୋଲି ଇସ୍ରାଏଲ ଦାବି କରିଛି ଏବଂ ହସ୍ପିଟାଲ୍ ଉପରେ […]

Samaya Live Picture
Published On

ନୂଆଦିଲ୍ଲୀ : ଆଜିଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆରମ୍ଭ ହୋଇଛି। ୪ ଦିନିଆ ଯୁଦ୍ଧବିରତିର ଆଜି ପ୍ରଥମ ଦିନ। ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ଇସ୍ରାଏଲୀ ମହିଳା ଏବଂ ଶିଶୁଙ୍କୁ ଆଜି ମୁକ୍ତ କରାଯିବ। ତେବେ ଯୁଦ୍ଧବିରତିର କିଛି ଘଣ୍ଟା ପୂର୍ବରୁ ଅଲ ସିଫା ହସ୍ପିଟାଲ ଉପରେ ଭୟଙ୍କର ବୋମାମାଡ଼ ହୋଇଥିଲା। ହମାସ ଆତଙ୍କବାଦୀ ଅଲ ହସ୍ପିଟାଲକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି ବୋଲି ଇସ୍ରାଏଲ ଦାବି କରିଛି ଏବଂ ହସ୍ପିଟାଲ୍ ଉପରେ ଆକ୍ରମଣ କରୁଛି। ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରାୟ ୭ ସପ୍ତାହ ପରେ ଆଜି ସକାଳେ ଯୁଦ୍ଧବିରତି ହୋଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଗାଜାରେ ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ଜାତିସଂଘର ପାଲେଷ୍ଟାଇନ୍ ଶରଣାର୍ଥୀ ସଂସ୍ଥା ସହ ଜଡ଼ିତ ଏକ ସ୍କୁଲ୍ରେ ଇସ୍ରାଏଲ ଆକ୍ରମଣ ଯୋଗୁଁ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ହମାସ ପକ୍ଷରୁ ଏକ ବିବୃତି ଜାରି ହୋଇଛି।

Tags: