ଆଜିଠୁ ଆରବସାଗରରେ ଭାରତ- ପାକିସ୍ତାନ ନୌସେନା ସମରାଭ୍ୟାସ

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ମେ ୭ ତାରିଖରେ ଆରମ୍ଭ ହୋଇଥିବା ଅପରେସନ୍‌ ସିନ୍ଦୂର ବର୍ତ୍ତମାନ ବି ବନ୍ଦ ହୋଇନାହିଁ। ଏଭଳି ସମୟରେ ଭାରତ ଓ ପାକିସ୍ତାନର ନୌସେନା ଆରବସାଗରରେ ଆସନ୍ତାକାଲିଠାରୁ ସମରାଭ୍ୟାସ କରିବେ। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦେଶର ନୌସେନା ପକ୍ଷରୁ ନୋଟାମ( ନୋଟିସ ଟୁ ଏୟାରମେନ୍‌) ଜାରି କରାଯାଇଛି। ଦୁଇ ରାଷ୍ଟ୍ରର ନୌସେନା ସମୁଦ୍ରରେ ସେମାନଙ୍କ ଅଞ୍ଚଳରେ ଅଭ୍ୟାସ କରିବେ। ଭାରତୀୟ ନୌସେନା ପକ୍ଷରୁ […]

ଆଜିଠୁ ଆରବସାଗରରେ ଭାରତ- ପାକିସ୍ତାନ ନୌସେନା ସମରାଭ୍ୟାସ
Samaya Live Picture
Published On

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ମେ ୭ ତାରିଖରେ ଆରମ୍ଭ ହୋଇଥିବା ଅପରେସନ୍‌ ସିନ୍ଦୂର ବର୍ତ୍ତମାନ ବି ବନ୍ଦ ହୋଇନାହିଁ। ଏଭଳି ସମୟରେ ଭାରତ ଓ ପାକିସ୍ତାନର ନୌସେନା ଆରବସାଗରରେ ଆସନ୍ତାକାଲିଠାରୁ ସମରାଭ୍ୟାସ କରିବେ। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦେଶର ନୌସେନା ପକ୍ଷରୁ ନୋଟାମ( ନୋଟିସ ଟୁ ଏୟାରମେନ୍‌) ଜାରି କରାଯାଇଛି। ଦୁଇ ରାଷ୍ଟ୍ରର ନୌସେନା ସମୁଦ୍ରରେ ସେମାନଙ୍କ ଅଞ୍ଚଳରେ ଅଭ୍ୟାସ କରିବେ। ଭାରତୀୟ ନୌସେନା ପକ୍ଷରୁ ଅଗଷ୍ଟ ୧୧ ଏବଂ ୧୨ ତାରିଖରେ ଆରବ ସାଗରରେ ଅଭ୍ୟାସ କରାଯିବ ବୋଲି ସୂଚନା ମିଳିଛି। ଏଭଳି ପ୍ରକ୍ରିୟା ଦ୍ବାରା ଦୁଇ ରାଷ୍ଟ୍ରର ନୌସୋ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ।

Tags: