ଆଜିଠାରୁ ଟମାଟୋ କିଲୋ ପ୍ରତି ୭୦ ଟଙ୍କାରେ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ଆଜିଠାରୁ କିଲୋ ପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି ହେବ। ଏନେଇ ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬ରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ୭୦ ଟଙ୍କାରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆଜିଠାରୁ କିଲୋ ପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି ହେବ। ଏନେଇ ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬ରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ। ଦିଲ୍ଲୀ-ଏନ୍‌ସିଆର, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିହାରର ପ୍ରମୁଖ ଉପଯୋଗ କେନ୍ଦ୍ରରେ ଖୁଚୁରା ଉପଭୋକ୍ତାଙ୍କୁ ଏହି ଦୁଇ ସଂସ୍ଥା ଦ୍ୱାରା ଟମାଟୋ ବିକ୍ରି କରାଯାଉଛି।
ସୂଚନାଯୋଗ୍ୟ ଯେ, ଗତ ମାସେ ହେବ ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଦର ଆକାଶ ଛୂଆଁ ହୋଇଛି। ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡ୍‌ ଏବଂ ଏନ୍‌ସିଏଫ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ସଂସ୍ଥା ଗତକାଲି ସୁଦ୍ଧା ୩୯୧ ମେଟ୍ରିକ୍ ଟନ୍‌ ଟମାଟୋ କିଣି ଶସ୍ତା ଦରରେ ଉପଭୋକ୍ତାଙ୍କୁ ଯୋଗାଇ ଦେଇଛନ୍ତି।

Tags: