ଆଗ୍ରା ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଆଗ୍ରାର ଡାକ୍ତର ଅନିରୁଦ୍ଧ ବର୍ମା (୨୯), ଭଦୋହିର ଡାକ୍ତର ସନ୍ତୋଷ କୁମାର ମୌର୍ଯ୍ୟ (୪୬), କନୌଜର ଡାକ୍ତର ଅରୁଣ କୁମାର (୩୪), ବରେଲିର ଡାକ୍ତର ନରଦେବ (୩୫) ଏବଂ ରାକେଶ କୁମାର (୩୮)। ସମସ୍ତେ ଉତ୍ତରପ୍ରଦେଶ ମେଡିକାଲ ସାଇନ୍ସ ୟୁନିଭର୍ସିଟିର। ସେମାନେ ଲକ୍ଷ୍ନୌରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ବା‌ଟରେ ଦୁର୍ଘଟଣା ହୋଇଛି। […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଆଗ୍ରାର ଡାକ୍ତର ଅନିରୁଦ୍ଧ ବର୍ମା (୨୯), ଭଦୋହିର ଡାକ୍ତର ସନ୍ତୋଷ କୁମାର ମୌର୍ଯ୍ୟ (୪୬), କନୌଜର ଡାକ୍ତର ଅରୁଣ କୁମାର (୩୪), ବରେଲିର ଡାକ୍ତର ନରଦେବ (୩୫) ଏବଂ ରାକେଶ କୁମାର (୩୮)। ସମସ୍ତେ ଉତ୍ତରପ୍ରଦେଶ ମେଡିକାଲ ସାଇନ୍ସ ୟୁନିଭର୍ସିଟିର। ସେମାନେ ଲକ୍ଷ୍ନୌରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ବା‌ଟରେ ଦୁର୍ଘଟଣା ହୋଇଛି। ପୁଲିସ ସୂଚନାନୁଯାୟୀ ଭୋର ୩ଟାରେ ଏହି ଦୁର୍ଘଟଣା ହୋଇଛି। ଏକ ଦ୍ରୁତଗାମୀ ସ୍କର୍ପିଓ ଏସ୍‌ୟୁଭି ଲକ୍ଷ୍ନୌରୁ ଆଗ୍ରା ଯାଉଥିବା ବେଳେ ବାଟରେ ନିୟନ୍ତ୍ରଣ ହରାଇ ଏକ ଡିଭାଇଡର୍‌‌ରେ ପିଟି ହୋଇଯାଇ ଅପର ପାର୍ଶ୍ବ ଲେନ୍‌କୁ ଚାଲି ଯାଇଥିଲା। ଫଳରେ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ଟ୍ରକ୍‌ ଆସି ସ୍କର୍ପିଓକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଏସ୍‌ପି ଅମିତ କୁମାର ଆନନ୍ଦ ସ୍ପଷ୍ଟ କରିଛନ୍ତି ଯେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ଏବଂ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜୟବୀର ସିଂହ (୩୯)। ସେ ସୈଫାଇ ମେଡିକାଲ କଲେଜରେ ଜଣେ ପୋଷ୍ଟଗ୍ରାଜୁଏଟ୍‌ ଛାତ୍ର। ଡକ୍ଟର ଭୀମରାଓ ଆମ୍ବେଦକର ମେଡିକାଲ କଲେଜରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Tags: