ଆଗୁଆ ହୋଇପାରେ ଲୋକସଭା ନିର୍ବାଚନ : ନୀତୀଶ

ପାଟନା : ଆସନ୍ତା ଜୁନ୍‌ ୨୩ ତାରିଖରେ ପାଟନାରେ ବିରୋଧୀ ଦଳ ନେତାମାନଙ୍କ ବୈଠକ ଅଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଣ ବିଜେପି ମେଣ୍ଟ ଗଠନ କରିବାପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ତେବେ ଏହାର ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନୀତୀଶ କହିଛନ୍ତି, ଲୋକସଭା ନିର୍ବାଚନ ଆଗୁଆ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷରେ ହିଁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ନୀତୀଶ ଦାବି କରିଛନ୍ତି। ପାଟନାରେ […]

Samaya Live Picture
Published On

ପାଟନା : ଆସନ୍ତା ଜୁନ୍‌ ୨୩ ତାରିଖରେ ପାଟନାରେ ବିରୋଧୀ ଦଳ ନେତାମାନଙ୍କ ବୈଠକ ଅଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଣ ବିଜେପି ମେଣ୍ଟ ଗଠନ କରିବାପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ତେବେ ଏହାର ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନୀତୀଶ କହିଛନ୍ତି, ଲୋକସଭା ନିର୍ବାଚନ ଆଗୁଆ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷରେ ହିଁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ନୀତୀଶ ଦାବି କରିଛନ୍ତି। ପାଟନାରେ ବିଭିନ୍ନ ଗ୍ରାମୀଣ ବିକାଶ ବିଭାଗରେ ୫,୦୬୧ ଯୋଜନାର ଶିଳାନ୍ୟାସ ଏବଂ ଉଦ୍‌ଘାଟନ ପାଇଁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତୀଶ କହିଛନ୍ତି, ବିଭାଗର ସମୀକ୍ଷା ବୈଠକରେ ମତେ ଅବଗତ କରାଯାଇଛି ଯେ ସମସ୍ତ ପ୍ରଳକ୍ପ କାର୍ଯ୍ୟ ୨୦୨୪ ଜାନୁଆରି ସୁଦ୍ଧା ଶେଷ ହେବ। ତେବେ ଲୋକସଭା ନିର୍ବାଚନ କେବେ ହେବ ତାହା କେହି ଜାଣିନାହାନ୍ତି। ଲୋକସଭା ନିର୍ବାଚନ ଆସନ୍ତାବର୍ଷ ହେବ ବୋଲି କିଛି ମାନେ ନାହିଁ। ଏହା ଆଗୁଆ ବି ହୋଇପାରେ। ଚଳିତ ବର୍ଷ ହିଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି ନୀତୀଶ କହିବା ସହ ସମୟ ପୂର୍ବରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାପାଇଁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।

Tags: