ଆଗାମୀ ନିର୍ବାଚନରେ ଧର୍ମ-ଅଧର୍ମ ମଧ୍ୟରେ ଲଢ଼େଇ: ଇରାନ
ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ଭୋଟ୍ ପାଇଁ ଲଢ଼େଇ ହେବନି। ଆଗାମୀ ନିର୍ବାଚନରେ ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ଭାରତୀୟ ଜନତା ପାର୍ଟିର ‘ଜନ ଆଶୀର୍ବାଦ ଯାତ୍ରା’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ମଧ୍ୟପ୍ରଦେଶର ସେହୋରରେ ଏକ ସାଧାରଣ ସଭାରେ ସ୍ମୃତି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଶେଷକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିଛି ଡିଏମ୍କେ ନେତାଙ୍କ ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ନେଇ […]
ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ଭୋଟ୍ ପାଇଁ ଲଢ଼େଇ ହେବନି। ଆଗାମୀ ନିର୍ବାଚନରେ ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ଭାରତୀୟ ଜନତା ପାର୍ଟିର ‘ଜନ ଆଶୀର୍ବାଦ ଯାତ୍ରା’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ମଧ୍ୟପ୍ରଦେଶର ସେହୋରରେ ଏକ ସାଧାରଣ ସଭାରେ ସ୍ମୃତି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଶେଷକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିଛି ଡିଏମ୍କେ ନେତାଙ୍କ ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ନେଇ ଇରାନୀ କହିଛନ୍ତି, ବ୍ରିଟିସମାନେ ଆସି ଫେରିଗଲେ, ମୋଗଲ ସାମ୍ରାଜ୍ୟର ଅନ୍ତ ଘଟିଲା କିନ୍ତୁ ଆମେ (ସନାତନ ଧର୍ମ) ଏବେ ବି ଏଠାରେ ଅଛୁ ଏବଂ ଆସନ୍ତାକାଲି ମଧ୍ୟ ରହିବୁ। କଂଗ୍ରେସ ଭଗବାନ ରାମଙ୍କ ଅସ୍ତିତ୍ୱ ନାହିଁ ବୋଲି ଅଦାଲତରେ ଦସ୍ତାବିଜ ଦାଖଲ କରିଥିଲା ବୋଲି ସେ କହିଛନ୍ତି।
ବିରୋଧୀ ମେଣ୍ଟ ୧୪ ଜଣ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବା ପ୍ରସଙ୍ଗରେ ଇରାନୀ କହିଛନ୍ତି , ସାମ୍ବାଦିକଙ୍କ ପ୍ରଶ୍ନକୁ ଗାନ୍ଧି ପରିବାର ଭୟ କରିବା କଥା ଆଗରୁ ଜଣା ନଥିଲା। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେମିତି ପ୍ରତିଦ୍ୱନ୍ଦ୍ୱିତା କରିବେ? ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରି ଇରାନୀ କହିଛନ୍ତି ଯେ, କେବଳ ନାମ ପରିବର୍ତ୍ତନ କରିଦେଲେ ବିଲୁଆ ସିଂହ ହୋଇଯିବନି।




