ଆକାଉଣ୍ଟ୍ରେ ମାତ୍ର ୧୭ ଟଙ୍କା, ମନ୍ଦିରକୁ ୧୦୦ କୋଟି ଟଙ୍କାର ଚେକ୍ ଦେଲେ ଆନ୍ଧ୍ର ଭକ୍ତ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରକୁ ଜଣେ ଭକ୍ତ ୧୦୦ କୋଟି ଟଙ୍କାର ଚେକ୍ ଦେଇଛନ୍ତି। ଏହି ଚେକ୍ରେ କୌଣସି ଡେଟ୍ ନାହିଁ। କିନ୍ତୁ ଭକ୍ତ ଜଣଙ୍କ ୧୦୦ କୋଟି ଟଙ୍କାର ଚେକ୍ ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭକ୍ତଙ୍କ ଆକାଉଣ୍ଟ୍ରେ ସେତିକି ଟଙ୍କା ହିଁ ନାହିଁ। ମନ୍ଦିର କର୍ତ୍ତୃପକ୍ଷ ଅଗଷ୍ଟ ୨୩ ତାରିଖର ହୁଣ୍ଡିକୁ ମିଳିଥିବା ଦାନ ଟଙ୍କାକୁ ହିସାବ କରିବା ସମୟରେ ଏହି ଚେକ୍ ପାଇଥିଲେ। […]
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରକୁ ଜଣେ ଭକ୍ତ ୧୦୦ କୋଟି ଟଙ୍କାର ଚେକ୍ ଦେଇଛନ୍ତି। ଏହି ଚେକ୍ରେ କୌଣସି ଡେଟ୍ ନାହିଁ। କିନ୍ତୁ ଭକ୍ତ ଜଣଙ୍କ ୧୦୦ କୋଟି ଟଙ୍କାର ଚେକ୍ ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭକ୍ତଙ୍କ ଆକାଉଣ୍ଟ୍ରେ ସେତିକି ଟଙ୍କା ହିଁ ନାହିଁ। ମନ୍ଦିର କର୍ତ୍ତୃପକ୍ଷ ଅଗଷ୍ଟ ୨୩ ତାରିଖର ହୁଣ୍ଡିକୁ ମିଳିଥିବା ଦାନ ଟଙ୍କାକୁ ହିସାବ କରିବା ସମୟରେ ଏହି ଚେକ୍ ପାଇଥିଲେ। ଚେକ୍ ପାଇବାପରେ ମନ୍ଦିର କର୍ତ୍ତୃପକ୍ଷ କୋଟାକ ବ୍ୟାଙ୍କ ବ୍ରାଞ୍ଚ୍ ସହ ଯୋଗାଯୋଗ କରିଥିଲେ। ଜଣାପଡ଼ିଥିଲା ଯେ ଭକ୍ତଙ୍କ ଆକାଉଣ୍ଟ୍ରେ ମାତ୍ର ୧୭ ଟଙ୍କା ଅଛି।




