ଆକସ୍ମିକ ବନ୍ୟାରେ ନ୍ୟୁୟର୍କ ଅଚଳ
ନ୍ୟୁୟର୍କ: ନ୍ୟୁୟର୍କ ସହରରେ ଶୁକ୍ରବାର ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସିଛି। ନ୍ୟୁୟର୍କରେ ୧୮ ନିୟୁତ ଲୋକଙ୍କୁ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ୍ ନ୍ୟୁୟର୍କ ସହରରେ ଷ୍ଟେଟ୍ ଅଫ୍ ଇମର୍ଜେନ୍ସି ଘୋଷଣା କରିଛନ୍ତି। ଲୋକମାନଙ୍କୁ ବିନା କାରଣରେ ବାହାରକୁ ବାହାରିବାପାଇଁ ମନା କରାଯାଇଛି। ସହରର ପ୍ରମୁଖ ରାସ୍ତା ଗୁଡ଼ିକ ବନ୍ୟା ଜଳରେ ବୁଡ଼ି ଯାଇଛି। ବନ୍ୟା ଯୋଗୁଁ ସହରର ଏକ ପ୍ରମୁଖ ବିମାନବନ୍ଦର ବନ୍ଦ ରହିଛି। ଅନେକ […]
ନ୍ୟୁୟର୍କ: ନ୍ୟୁୟର୍କ ସହରରେ ଶୁକ୍ରବାର ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସିଛି। ନ୍ୟୁୟର୍କରେ ୧୮ ନିୟୁତ ଲୋକଙ୍କୁ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ୍ ନ୍ୟୁୟର୍କ ସହରରେ ଷ୍ଟେଟ୍ ଅଫ୍ ଇମର୍ଜେନ୍ସି ଘୋଷଣା କରିଛନ୍ତି। ଲୋକମାନଙ୍କୁ ବିନା କାରଣରେ ବାହାରକୁ ବାହାରିବାପାଇଁ ମନା କରାଯାଇଛି। ସହରର ପ୍ରମୁଖ ରାସ୍ତା ଗୁଡ଼ିକ ବନ୍ୟା ଜଳରେ ବୁଡ଼ି ଯାଇଛି। ବନ୍ୟା ଯୋଗୁଁ ସହରର ଏକ ପ୍ରମୁଖ ବିମାନବନ୍ଦର ବନ୍ଦ ରହିଛି। ଅନେକ ବିମାନ ବାତିଲ ରହିଛି ଏବଂ ବିଳମ୍ବରେ ଚାଲୁଛି।




