ଆଉ ଅଳ୍ପ ସମୟର ଅପେକ୍ଷା, ରାତି ସୁଦ୍ଧା ଉଦ୍ଧାର ହେବେ ୪୧ ଶ୍ରମିକ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ୧୨ ତାରିଖରୁ ୪୧ ଜଣ ଶ୍ରମିକ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଛନ୍ତି। ଗତକାଲି ରାତିରେ ଉଦ୍ଧାରକାରୀ ଦଳ ଏକ ଟ୍ୟୁବ୍ ଦ୍ବାରା ସୁଡ଼ଙ୍ଗ ମଧ୍ୟକୁ ପଶିଛନ୍ତି । ଶ୍ରମିକମାନଙ୍କୁ ସହଜରେ ବାହାର କରିବାପାଇଁ ଏକ ବୋରିଂ ଅପରେସନ ଆରମ୍ଭ ହୋଇଛି। ଭଗ୍ନାବଶେଷ ଦେଇ ଉଦ୍ଧାରକାରୀ ଦଳ ୪୫ ମିଟର ଗଭୀରତାକୁ ଏକ ବଡ଼ ପାଇପ୍ ପଠାଇଛନ୍ତି। ତେବେ ବୁଧବାର ରାତିରେ ଉଦ୍ଧାର କାର୍ଯ୍ୟରେ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ୧୨ ତାରିଖରୁ ୪୧ ଜଣ ଶ୍ରମିକ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଛନ୍ତି। ଗତକାଲି ରାତିରେ ଉଦ୍ଧାରକାରୀ ଦଳ ଏକ ଟ୍ୟୁବ୍ ଦ୍ବାରା ସୁଡ଼ଙ୍ଗ ମଧ୍ୟକୁ ପଶିଛନ୍ତି । ଶ୍ରମିକମାନଙ୍କୁ ସହଜରେ ବାହାର କରିବାପାଇଁ ଏକ ବୋରିଂ ଅପରେସନ ଆରମ୍ଭ ହୋଇଛି। ଭଗ୍ନାବଶେଷ ଦେଇ ଉଦ୍ଧାରକାରୀ ଦଳ ୪୫ ମିଟର ଗଭୀରତାକୁ ଏକ ବଡ଼ ପାଇପ୍ ପଠାଇଛନ୍ତି। ତେବେ ବୁଧବାର ରାତିରେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଡ୍ରିଲିଂ ସମୟରେ ଏକ ଲୁହା ଛଡ଼ ବାଟରେ ବାଧା ସୃଷ୍ଟି କରିଥିଲା। ତେବେ ଆଉ ମାତ୍ର କିଛି ସମୟର ଅପେକ୍ଷା। ଆଜି ରାତି ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି। ଉତ୍ତରାଖଣ୍ଡର ଚିନୟାଲିସୌରରେ ୪୧ ବେଡ୍ ବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ ସ୍ଥାପନ କରାଯାଇଛି। ଶ୍ରମିକମାନେ ଟନେଲ ମଧ୍ୟରେ ୨୦୦ରୁ ଅଧିକ ଘଣ୍ଟା ଧରି ଫସି ରହିଛନ୍ତି। ସେମାନେ ବାହାରିଲେ ତୁରନ୍ତ ସେମାନଙ୍କୁ ଚିକିତ୍ସା କରାଯିବ। ବୁଧବାର ଦିନ ଏନ୍ଡିଆରଏଫ୍ ସଦସ୍ୟ ଟନେଲ ମଧ୍ୟକୁ ପ୍ରବେଶ କରିଛନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ଏବଂ ଏକ ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ ସିଲ୍କୟାଡ଼ା ଟନେଲ୍ ସ୍ଥଳରେ ଉପସ୍ଥିତ ଅଛନ୍ତି। ବିଶେଷଜ୍ଞ ଦଳ ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି।




