ଆଇନରେ ପରିଣତ ହେଲା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’
ନୂଆଦିଲ୍ଲୀ: ଚଳିତ ମାସ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ବିଲ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବୀକୃତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ସରକାର ଉକ୍ତ ବିଧେୟକ ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ସରକାରୀ ଭାବେ ଏହି ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହୋଇଛି। ଆଇନରେ ପରିଣତ ହୋଇଥିବା ଏହି ବିଲ୍ରେ ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ […]
ନୂଆଦିଲ୍ଲୀ: ଚଳିତ ମାସ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ବିଲ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବୀକୃତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ସରକାର ଉକ୍ତ ବିଧେୟକ ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ସରକାରୀ ଭାବେ ଏହି ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହୋଇଛି। ଆଇନରେ ପରିଣତ ହୋଇଥିବା ଏହି ବିଲ୍ରେ ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରାବଧାନ ରହିଛି। ବିଭିନ୍ନ ସଂଶୋଧନ ପରେ ଏହି ବିଲ୍ ଗୃହୀତ ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ପରେ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ ହେବାପରେ ଏହି ଆଇନ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ କହିଥିଲେ ଯେ ନିର୍ବାଚନ ଶେଷ ହେବାପରେ ମହିଳା ସଂରକ୍ଷଣ ବିଲ୍କୁ ବାସ୍ତବ ରୂପ ଦେବାପାଇଁ ସବୁ ପ୍ରକ୍ରିୟା ଆରମ୍ଭ ହେବ। ଖୁବ୍ ଶୀଘ୍ର ଏହି ଆଇନ କାର୍ଯ୍ୟକାରୀ କରିବାପାଇଁ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ଶାହ କହିଥିଲେ।




