ଆଇନଜୀବୀରୁ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଗତକାଲି ଦେଶର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର କିଛି ଘଣ୍ଟା ପରେ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅଧୀନସ୍ଥ କିଥାନା ଗ୍ରାମରେ ଧନଖଡ଼ ୧୯୫୧ ମେ’ ୧୮ରେ ଜନ୍ମ ହୋଇଥିଲେ। ରାଜସ୍ଥାନ ବାର୍‌ କାଉନସିଲଠାରୁ ଓକିଲାତି ଜୀବନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା। ଶେଷରେ ସେ ଭାରତର ଉପରାଷ୍ଟ୍ରପତି ପଦ […]

ଆଇନଜୀବୀରୁ ଉପରାଷ୍ଟ୍ରପତି
Samaya Live Picture
Published On

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଗତକାଲି ଦେଶର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର କିଛି ଘଣ୍ଟା ପରେ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅଧୀନସ୍ଥ କିଥାନା ଗ୍ରାମରେ ଧନଖଡ଼ ୧୯୫୧ ମେ’ ୧୮ରେ ଜନ୍ମ ହୋଇଥିଲେ। ରାଜସ୍ଥାନ ବାର୍‌ କାଉନସିଲଠାରୁ ଓକିଲାତି ଜୀବନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା। ଶେଷରେ ସେ ଭାରତର ଉପରାଷ୍ଟ୍ରପତି ପଦ ଭଳି ଦ୍ବିତୀୟ ବଡ଼ ସାମ୍ବିଧାନିକ ପଦରେ ବସିବାର ସୌଭାଗ୍ୟ ଲାଭ କରିଥିଲେ। ଉପରାଷ୍ଟ୍ରପତି ହେବା ପୂର୍ବରୁ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ। ଧନଖଡ଼ ବିଜେପି, କଂଗ୍ରେସ ଏବଂ ଜନତା ଦଳରେ ରାଜନୀତି କରିଛନ୍ତି। ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ ଏବଂ ୧୯୯୩ରୁ ୧୯୯୮ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ।

Tags: