ଆଇଆରସିଟିସି ୱେବସାଇଟ୍ରେ ଟ୍ରେନ ଟିକେଟ ବାତିଲ କରିବାକୁ ଯାଇ ୪ ଲକ୍ଷ ହରାଇଦେଲେ ୭୮ ବର୍ଷୀୟ
ନୂଆଦିଲ୍ଲୀ: କୋଝିକୋଡ଼ର ଜଣେ ୭୮ ବର୍ଷୀୟ ବ୍ୟକ୍ତି ଆଇଆରସିଟିସି ୱେବସାଇଟ୍ରେ ତାଙ୍କ ଟ୍ରେନ୍ ଟିକେଟ ବାତିଲ କରିବାକୁ ଯାଇ ଅନଲାଇନ୍ ଠକାମିର ଶିକାର ହୋଇଛନ୍ତି। ସେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି। ଠକାମିର ଶିକାର ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ଏମ୍ ମହମ୍ମଦ ବଶିର। ଏକ ନକଲି ୱେବସାଇଟ୍ ଦ୍ବାରା ବଶିର ଏହି ଠକାମିର ଶିକାର ହୋଇଛନ୍ତି। ବଶିର ତାଙ୍କ ଟିକେଟ ବାତିଲ କରିବାକୁ ଚେଷ୍ଟା କଲାବେଳେ ଏକ ନକଲି ୱେବସାଇଟ୍ ଖୋଲି […]
ନୂଆଦିଲ୍ଲୀ: କୋଝିକୋଡ଼ର ଜଣେ ୭୮ ବର୍ଷୀୟ ବ୍ୟକ୍ତି ଆଇଆରସିଟିସି ୱେବସାଇଟ୍ରେ ତାଙ୍କ ଟ୍ରେନ୍ ଟିକେଟ ବାତିଲ କରିବାକୁ ଯାଇ ଅନଲାଇନ୍ ଠକାମିର ଶିକାର ହୋଇଛନ୍ତି। ସେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି। ଠକାମିର ଶିକାର ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ଏମ୍ ମହମ୍ମଦ ବଶିର। ଏକ ନକଲି ୱେବସାଇଟ୍ ଦ୍ବାରା ବଶିର ଏହି ଠକାମିର ଶିକାର ହୋଇଛନ୍ତି। ବଶିର ତାଙ୍କ ଟିକେଟ ବାତିଲ କରିବାକୁ ଚେଷ୍ଟା କଲାବେଳେ ଏକ ନକଲି ୱେବସାଇଟ୍ ଖୋଲି ଦେଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ରେଳବାଇର କର୍ମଚାରୀ ବୋଲି କହି ଫୋନ୍ କରିଥିଲେ। ବ୍ୟକ୍ତି ଜଣଙ୍କ ଉଭୟ ହିନ୍ଦୀ ଏବଂ ଇଂରାଜୀରେ କଥା ହେଉଥିଲା। ଉକ୍ତ ବ୍ୟକ୍ତି ବଶିରଙ୍କୁ ଗୁଗଲ୍ରେ କିଛି ଟାଇପ୍ କରିବାକୁ କହିଥିଲା। ବଶିର ବ୍ୟକ୍ତିର କଥା ଅନୁଯାୟୀ ବିଭିନ୍ନ ଷ୍ଟେପ୍ ଦେଇ ଯିବାପରେ ବ୍ୟକ୍ତି ଜଣଙ୍କ ବଶିରଙ୍କ ଫୋନ୍କୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ବଶିର ମଧ୍ୟ ଉକ୍ତ ଠକ ବ୍ୟକ୍ତିକୁ ନିଜର ବ୍ୟାଙ୍କ ଆକାଉଣ୍ଟ୍ ଏବଂ ଏଟିଏମ୍ କାର୍ଡ ନମ୍ବର ସବୁକିଛି ଦେଇଥିଲେ। ତେବେ କିଛି ସମୟ ପରେ ବଶିର ଫୋନ୍ରେ ଏକ ମେସେଜ ପାଇଥିଲେ। ତାଙ୍କ ସେଭିଂସ ଆକାଉଣ୍ଟ୍ରୁ ଟଙ୍କା କଟିଥିବା ଜାଣିବାପରେ ସେ ତୁରନ୍ତ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ସେ ଜାଣିଲେ ଯେ ତାଙ୍କ ଫିକ୍ସଡ ଡିପୋଜିଟ୍ରୁ ୪ ଲକ୍ଷ ଉଠିଯାଇଛି।




