ଅହମଦାବାଦ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୨୫ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଅହମଦାବାଦ : ଗୁଜରାଟର ଅହମଦାବାଦରେ ଆଜି ଏକ ୧୦ ମହଲା ବିଶିଷ୍ଟ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି। ହସ୍ପିଟାଲ ବେସମେଣ୍ଟ୍‌ରେ ନିଆଁ ଲାଗିଯାଇଥିଲା। ଏହାପରେ ୧୨୫ ରୋଗୀଙ୍କୁ ତତ୍କାଳ ହସ୍ପିଟାଲରୁ ଖାଲି କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି ବୋଲି ସାହିବାଗ ଇନ୍ସପେକ୍ଟର ଏମଡି ଚମ୍ପବତ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ହସ୍ପିଟାଲରେ ନବୀକରଣ କାର୍ଯ୍ୟ ଚାଲିଥିବାରୁ ବେସମେଣ୍ଟ୍‌ରେ ଅନେକ ଜିନିଷ ଥିଲା । ଏଥିରେ ନିଆଁ ଲାଗିଯିବାରୁ ସଙ୍ଗେସଙ୍ଗେ ନିଆଁ ବ୍ୟାପି ଯାଇଥିଲା। […]

Samaya Live Picture
Published On

ଅହମଦାବାଦ : ଗୁଜରାଟର ଅହମଦାବାଦରେ ଆଜି ଏକ ୧୦ ମହଲା ବିଶିଷ୍ଟ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି। ହସ୍ପିଟାଲ ବେସମେଣ୍ଟ୍‌ରେ ନିଆଁ ଲାଗିଯାଇଥିଲା। ଏହାପରେ ୧୨୫ ରୋଗୀଙ୍କୁ ତତ୍କାଳ ହସ୍ପିଟାଲରୁ ଖାଲି କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି ବୋଲି ସାହିବାଗ ଇନ୍ସପେକ୍ଟର ଏମଡି ଚମ୍ପବତ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ହସ୍ପିଟାଲରେ ନବୀକରଣ କାର୍ଯ୍ୟ ଚାଲିଥିବାରୁ ବେସମେଣ୍ଟ୍‌ରେ ଅନେକ ଜିନିଷ ଥିଲା । ଏଥିରେ ନିଆଁ ଲାଗିଯିବାରୁ ସଙ୍ଗେସଙ୍ଗେ ନିଆଁ ବ୍ୟାପି ଯାଇଥିଲା। ତେବେ ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ‌ହୋଇଥିଲେ ଏବଂ ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ।

Tags: