ଅହମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ
ନୂଆଦିଲ୍ଲୀ : ଅହମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକ ଦ୍ରୁତଗାମୀ କାର୍ ଏକ ଟ୍ରେଲର ଟ୍ରକ୍ ଉପରକୁ ମାଡ଼ି ଯିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। କାରଟି ଭଦୋଦରାରୁ ଅହମଦାବାଦକୁ ଯାଉଥିଲା। କାରରେ ଥିବା ସମସ୍ତ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଖବର ପାଇ ୨ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମର ଶରୀର ଗୁଡ଼ିକୁ ହସ୍ପିଟାଲ ନେଇଥିଲେ। କାରରେ ଥିବା ୮ […]
ନୂଆଦିଲ୍ଲୀ : ଅହମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକ ଦ୍ରୁତଗାମୀ କାର୍ ଏକ ଟ୍ରେଲର ଟ୍ରକ୍ ଉପରକୁ ମାଡ଼ି ଯିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। କାରଟି ଭଦୋଦରାରୁ ଅହମଦାବାଦକୁ ଯାଉଥିଲା। କାରରେ ଥିବା ସମସ୍ତ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଖବର ପାଇ ୨ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମର ଶରୀର ଗୁଡ଼ିକୁ ହସ୍ପିଟାଲ ନେଇଥିଲେ। କାରରେ ଥିବା ୮ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଆହତଙ୍କୁ ହସ୍ପିଟାଲ ନେବା ବାଟରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଉକ୍ତ ଘଟଣା ପରେ ଏକ୍ସପ୍ରେସୱେରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ପୁଲିସ ଏବେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।




