ଅହମଦାବାଦ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା, ୨୪୨ ଯାତ୍ରୀଙ୍କୁ ଧରି ବ୍ରିଟେନ ଯାଉଥିଲା

ନୂଆଦିଲ୍ଲୀ : ଗୁରୁବାର ଗୁଜରାଟର ଅହମଦାବାଦ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଘଟଣା ସ୍ଥଳରେ ପ୍ରବଳ କଳା ଧୂଆଁ ବ୍ୟାପି ଯାଇଛି। ଦୁର୍ଘଟଣାଟି ଉଡ଼ାଣ ଭରିବା ସମୟରେ ଘଟିଛି ​​ଏବଂ ବିମାନଟି ଏୟାର ଇଣ୍ଡିଆର ଏକ ବିମାନ ବୋଲି ଜଣାପଡ଼ିଛି। ତତ୍କାଳ ଇମର୍ଜେନ୍ସି ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୭ ଅଗ୍ନି ନିର୍ବାପକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାରେ କେହି ମୃତାହତ ହୋଇଛନ୍ତି କି ନା’ ତାହା ଜଣାପଡ଼ିନି। ମିଳିଥିବା ସୂଚନାନୁଯାୟୀ […]

ଅହମଦାବାଦ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା, ୨୪୨ ଯାତ୍ରୀଙ୍କୁ ଧରି ବ୍ରିଟେନ ଯାଉଥିଲା
Samaya Live Picture
Published On

ନୂଆଦିଲ୍ଲୀ : ଗୁରୁବାର ଗୁଜରାଟର ଅହମଦାବାଦ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଘଟଣା ସ୍ଥଳରେ ପ୍ରବଳ କଳା ଧୂଆଁ ବ୍ୟାପି ଯାଇଛି। ଦୁର୍ଘଟଣାଟି ଉଡ଼ାଣ ଭରିବା ସମୟରେ ଘଟିଛି ​​ଏବଂ ବିମାନଟି ଏୟାର ଇଣ୍ଡିଆର ଏକ ବିମାନ ବୋଲି ଜଣାପଡ଼ିଛି। ତତ୍କାଳ ଇମର୍ଜେନ୍ସି ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୭ ଅଗ୍ନି ନିର୍ବାପକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାରେ କେହି ମୃତାହତ ହୋଇଛନ୍ତି କି ନା’ ତାହା ଜଣାପଡ଼ିନି। ମିଳିଥିବା ସୂଚନାନୁଯାୟୀ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା ଏବଂ ବିମାନରେ ୨୩୦ ଯାତ୍ରୀ ଏବଂ ୧୨ ବିମାନ କର୍ମଚାରୀଙ୍କ ସମେତ ମୋଟ୍‌ ୨୪୨ ଲୋକ ଥିଲେ। ଅହମଦାବାଦରୁ ଏହା ଲଣ୍ଡନର ଗଟୱିଚ୍‌ ବିମାନବନ୍ଦର ଉଡ଼ାଉ କରୁଥିଲା।

Tags: