ଅହମଦାବାଦ ଅସଲି କୋର୍ଟ ଭିତରେ ନକଲି କୋର୍ଟ; ନକଲି ବିଚାରପତି ଗିରଫ

ଅହମଦାବାଦ: ଅହମଦାବାଦରେ ଏକ ଅସଲି କୋର୍ଟ ମଧ୍ୟରେ ନକଲି କୋର୍ଟର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ନିଜକୁ କୋର୍ଟଙ୍କ ଦ୍ବାରା ନିଯୁକ୍ତ ସରକାରୀ ମଧ୍ୟସ୍ଥି ଦର୍ଶାଇ ବିଭିନ୍ନ ମାମଲାର ସମାଧାନ ପାଇଁ ଲୋକଙ୍କଠାରୁ ଟଙ୍କ‌ା ନେଇଥାନ୍ତି। ପୁଲିସ ଅନୁଯାୟୀ ଅଭିଯୁକ୍ତର ନାଁ ହେଉଛି ମୋରିସ ସାମୁଏଲ ଖ୍ରୀଷ୍ଟିଆନ୍‌। ସେ ନିଜକୁ ଜଣେ କୋର୍ଟ ନିଯୁକ୍ତ ସରକାରୀ ମଧ୍ୟସ୍ଥି ଦର୍ଶାଇ ୨୦୧୯ରେ ଏକ ଜମି ବିବାଦ ମାମଲାରେ […]

Samaya Live Picture
Published On

ଅହମଦାବାଦ: ଅହମଦାବାଦରେ ଏକ ଅସଲି କୋର୍ଟ ମଧ୍ୟରେ ନକଲି କୋର୍ଟର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ନିଜକୁ କୋର୍ଟଙ୍କ ଦ୍ବାରା ନିଯୁକ୍ତ ସରକାରୀ ମଧ୍ୟସ୍ଥି ଦର୍ଶାଇ ବିଭିନ୍ନ ମାମଲାର ସମାଧାନ ପାଇଁ ଲୋକଙ୍କଠାରୁ ଟଙ୍କ‌ା ନେଇଥାନ୍ତି। ପୁଲିସ ଅନୁଯାୟୀ ଅଭିଯୁକ୍ତର ନାଁ ହେଉଛି ମୋରିସ ସାମୁଏଲ ଖ୍ରୀଷ୍ଟିଆନ୍‌। ସେ ନିଜକୁ ଜଣେ କୋର୍ଟ ନିଯୁକ୍ତ ସରକାରୀ ମଧ୍ୟସ୍ଥି ଦର୍ଶାଇ ୨୦୧୯ରେ ଏକ ଜମି ବିବାଦ ମାମଲାରେ ରାୟ ଦେଇଥିଲେ। ଏଥିରୁ ଜଣାପଡ଼ୁଛି ଯେ ପ୍ରାୟ ୫ ବର୍ଷ ଧରି ଏକ ନକଲି ଟ୍ରିବୁନାଲ ଚାଲିଥିଲା। ସିଭିଲ୍‌ କୋର୍ଟଙ୍କ ‌ରେଜିଷ୍ଟ୍ରାରଙ୍କ ଦ୍ବାରା ସାମୁଏଲଙ୍କ ବିରୋଧରେ ଏକ ଅଭିଯୋଗ ପାଇବାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ଲୋକଙ୍କର ଜମି ବିବାଦ ସିଟି ସିଭିଲ୍‌ କୋର୍ଟରେ ପଡ଼ି ରହିଛି ସାମୁଏଲ ସେଭଳି ଲୋକଙ୍କୁ ଫସାନ୍ତି। ସେ ସେମାନଙ୍କ ମାମଲାର ସମାଧାନ ପାଇଁ ସେମାନଙ୍କଠାରୁ ଟଙ୍କା ନିଅନ୍ତି। ସେ ପ୍ରଥମେ ନିଜକୁ ଜଣେ କୋର୍ଟ ନିଯୁକ୍ତ ସରକାରୀ ମଧ୍ୟସ୍ଥି ଦର୍ଶାନ୍ତି ଏବଂ ଗାନ୍ଧୀନଗର ସ୍ଥିତ ତାଙ୍କ ଅଫିସରେ ପହଞ୍ଚିବାକୁ ମହକିଲଙ୍କୁ ଫୋନ୍‌ କରନ୍ତି। ଏହି ଅଫିସ କୋର୍ଟ ପରି ଦେଖାଯାଏ।‌ ସେ ଏହି ନକଲି ଅଫିସ୍‌ରେ ବସି ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ଭାବେ ନିଜ ମହକିଲ ସମର୍ଥନରେ ରାୟ ଦେଇଥାନ୍ତି। ସାମୁଏଲ ଲୋକଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

Tags: