ଅହମଦାବାଦର ଅନେକ ସ୍କୁଲରେ ଆକ୍ରମଣ ଧମକ, ମୁତୟନ ହେଲେ ବମ୍ବ୍ ସ୍କ୍ବାଡ୍

ନୂଆଦିଲ୍ଲୀ : ଅହମଦାବାଦର ଅନେକ ସ୍କୁଲ୍କୁ ସୋମବାର ଆକ୍ରମଣ ଧମକ ମିଳିଛି। ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାପାଇଁ ଇମେଲ ଦ୍ବାରା ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଇମେଲ ପାଇଥିବା ସ୍କୁଲ ଗୁଡ଼ିକ ହେଉଛି ଦିଲ୍ଲୀ ପବ୍ଲିକ ସ୍କୁଲ (ଭୋପାଳ), ଆନନ୍ଦ ନିକେତନ (ଭୋପାଳ), ଏସିଆ ଇଂଲିଶ ସ୍କୁଲ (ବସ୍ତ୍ରପୁର) କଲୋରେକ୍ସ ସ୍କୁଲ୍ (ଘାଟଲୋଦିୟା), ଅମ୍ରିତା ବିଦ୍ୟାଳୟ (ଘାଟଲୋଦିୟା), ନ୍ୟୁ ନୋବଲ ସ୍କୁଲ୍ ଆଣ୍ଡ ଓଏନଜିତି କେନ୍ଦ୍ରୀୟ ବିଦ୍ୟାଳୟ (ଚାନ୍ଦଖେଡ଼ା) । ଇମେଲ ପାଇବାପରେ ପ୍ରଭାବିତ ସ୍କୁଲ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଅହମଦାବାଦର ଅନେକ ସ୍କୁଲ୍କୁ ସୋମବାର ଆକ୍ରମଣ ଧମକ ମିଳିଛି। ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାପାଇଁ ଇମେଲ ଦ୍ବାରା ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଇମେଲ ପାଇଥିବା ସ୍କୁଲ ଗୁଡ଼ିକ ହେଉଛି ଦିଲ୍ଲୀ ପବ୍ଲିକ ସ୍କୁଲ (ଭୋପାଳ), ଆନନ୍ଦ ନିକେତନ (ଭୋପାଳ), ଏସିଆ ଇଂଲିଶ ସ୍କୁଲ (ବସ୍ତ୍ରପୁର) କଲୋରେକ୍ସ ସ୍କୁଲ୍ (ଘାଟଲୋଦିୟା), ଅମ୍ରିତା ବିଦ୍ୟାଳୟ (ଘାଟଲୋଦିୟା), ନ୍ୟୁ ନୋବଲ ସ୍କୁଲ୍ ଆଣ୍ଡ ଓଏନଜିତି କେନ୍ଦ୍ରୀୟ ବିଦ୍ୟାଳୟ (ଚାନ୍ଦଖେଡ଼ା) । ଇମେଲ ପାଇବାପରେ ପ୍ରଭାବିତ ସ୍କୁଲ୍ କର୍ତ୍ତୃପକ୍ଷମାନେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଉକ୍ତ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ତେବେ ଖରା ଛୁଟି ପାଇଁ ସ୍କୁଲ୍ ବନ୍ଦ ଥିବାରୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ତେବେ ଖବର ପାଇବାପରେ ବମ୍ବ ସ୍କ୍ବାଡ୍ ସହ ପୁଲିସ ଟିମ ବିଭିନ୍ନ ସ୍କୁଲରେ ପହଞ୍ଚିଥିଲେ। ଭାରତ ବାହାରୁ ଏହି ଇମେଲ୍ ଆସିଛି। ଉକ୍ତ ଘଟଣାର ତଦନ୍ତ ଜାରି ରହିଛି। ପୁଲିସ କହିଛି ଭୟ କରିବାର କିଛି ନାହିଁ। ବମ୍ବ ସ୍କ୍ବାଡ୍ ଅଫିସର ବି ଯାଦବ କହିଛନ୍ତି, ଆମ ପୁଲିସ, ପ୍ରଶାସନ ଏବଂ ସଂସ୍ଥା ଗୁଡ଼ିକ ଘଟଣାର ତଦନ୍ତ କରୁଛନ୍ତି ଏବଂ ସବୁକିଛି ଠିକ୍ ଅଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ୧୫୦ରୁ ଅଧିକ ସ୍କୁଲ୍ ଏବଂ ଲକ୍ଷ୍ନୌରେ ଗୋଟିଏ ସ୍କୁଲ୍କୁ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଥିଲା।

Tags: