ଅହମଦାବାଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ମାରି ୮ ଗିରଫ

ଅହମଦାବାଦ: ଆମ୍‌ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ‘ମୋଦି ହଟାଓ ଦେଶ ବଞ୍ଚାଅ’ ଅଭିଯାନର ଦିନକ ପରେ ଗୁଜରାଟର ଅହମଦାବାଦରୁ ୮ ଜଣ ମୋଦି ବିରୋଧୀଙ୍କୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତମାନେ ଉକ୍ତ ସ୍ଲୋଗାନ୍‌ ଲେଖାଥିବା ପୋଷ୍ଟରକୁ ଅହମଦାବାଦର ବିଭିନ୍ନ ସ୍ଥାନରେ ଲଗାଉଥିଲେ। ପୁଲିସ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ଅଧିକ ତଦନ୍ତ ଚାଲୁରଖିଛି। ଆପ୍‌ର ଏହି ଅଭିଯାନ ୧୧ ଭାଷାରେ ଆରମ୍ଭ କରାଯାଇଛି। ଇଂରାଜୀ […]

Samaya Live Picture
Published On

ଅହମଦାବାଦ: ଆମ୍‌ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ‘ମୋଦି ହଟାଓ ଦେଶ ବଞ୍ଚାଅ’ ଅଭିଯାନର ଦିନକ ପରେ ଗୁଜରାଟର ଅହମଦାବାଦରୁ ୮ ଜଣ ମୋଦି ବିରୋଧୀଙ୍କୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତମାନେ ଉକ୍ତ ସ୍ଲୋଗାନ୍‌ ଲେଖାଥିବା ପୋଷ୍ଟରକୁ ଅହମଦାବାଦର ବିଭିନ୍ନ ସ୍ଥାନରେ ଲଗାଉଥିଲେ। ପୁଲିସ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ଅଧିକ ତଦନ୍ତ ଚାଲୁରଖିଛି। ଆପ୍‌ର ଏହି ଅଭିଯାନ ୧୧ ଭାଷାରେ ଆରମ୍ଭ କରାଯାଇଛି। ଇଂରାଜୀ ସହିତ ହିନ୍ଦୀ, ଉର୍ଦ୍ଦୁ, ଗୁଜରାଟୀ, ପଞ୍ଜାବୀ, ତେଲୁଗୁ, ବେଙ୍ଗଲି, ଓଡ଼ିଆ, କନ୍ନଡ, ମାଲାୟଲମ୍‌, ମରାଠୀ ଭାଷାରେ ପୋଷ୍ଟର ଛପାଯାଇ ବିଭିନ୍ନ ସ୍ଥାନରେ ମରାଯାଉଛି। ଗତ ସପ୍ତାହରେ ମଧ୍ୟ ହଜାର ହଜାର ସଂଖ୍ୟାରେ ମୋଦି ବିରୋଧିମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଚର୍ଚ୍ଚାକୁ ଆସିଥିଲେ। ପୁଲିସ୍‌ ସେମାନଙ୍କ ବିରୋଧରେ ୪୯ ଟି ଏତଲା ରୁଜୁ କରିଥିଲା ଏବଂ ୬ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରିଣ୍ଟିଂ ପ୍ରେସ୍‌ର ମାଲିକ ଥିଲେ।

Tags: