ଅହମଦାବାଦରେ ଆଇସିସି ବିଶ୍ବକପ୍ ଫାଇନାଲ କରାଇନଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ପନୁନର ଧମକ

ନୂଆଦିଲ୍ଲୀ : ଆସନ୍ତାକାଲି ଗୁଜରାଟର ଅହମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ବକପ୍ ଫାଇନାଲ୍ କରାଇ ନଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନୁନ ଧମକ ଦେଇଛି। ଏନେଇ ସେ ଆଉ ଏକ ଭିଡିଓ ଜାରି କରିଛି। ଭିଡିଓରେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ‘ଶିଖ୍ସ ଫର ଜଷ୍ଟିସ’ ପ୍ରତିଷ୍ଠାତା ଅହମଦାବାଦରେ ବିଶ୍ବକପ୍ ଫାଇନାଲ୍ ବନ୍ଦ କରିଦେବ ବୋଲି ଧମକ ଦେଇଛି। ଭିଡିଓରେ ସେ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୁଜରାଟ ଦଙ୍ଗା ସଂକ୍ରାନ୍ତରେ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲି ଗୁଜରାଟର ଅହମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ବକପ୍ ଫାଇନାଲ୍ କରାଇ ନଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନୁନ ଧମକ ଦେଇଛି। ଏନେଇ ସେ ଆଉ ଏକ ଭିଡିଓ ଜାରି କରିଛି। ଭିଡିଓରେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ‘ଶିଖ୍ସ ଫର ଜଷ୍ଟିସ’ ପ୍ରତିଷ୍ଠାତା ଅହମଦାବାଦରେ ବିଶ୍ବକପ୍ ଫାଇନାଲ୍ ବନ୍ଦ କରିଦେବ ବୋଲି ଧମକ ଦେଇଛି। ଭିଡିଓରେ ସେ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୁଜରାଟ ଦଙ୍ଗା ସଂକ୍ରାନ୍ତରେ କହି ମୁସଲମାନ ଏବଂ ଖ୍ରିଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବାପାଇଁ ଉଦ୍ୟମ କରିଛି। ଇସ୍ରାଏଲ-ହମାସ ଯୁଦ୍ଧ ସଂକ୍ରାନ୍ତରେ ଭାରତର ଆଭିମୁଖ୍ୟ ସଂକ୍ରାନ୍ତରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀ କହିଛି। ତେବେ ପନୁନ ପ୍ରଥମ ଥର ଏହି ଭିଡିଓ ଜାରି କରିନି। ଗତ ଅକ୍ଟୋବରରେ ମଧ୍ୟ ସେ ଏଭଳି ଅନ୍ୟ ଏକ ଭିଡିଓ ଜାରି କରିଥିଲା।

Tags: