ଅହମଦନଗର ହେବ ଅହଲ୍ୟାନଗର, ପ୍ରସ୍ତାବକୁ ସ୍ବୀକୃତି ଦେଲା ମହାରାଷ୍ଟ୍ର କ୍ୟାବିନେଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅହମଦନଗର ହେବ ଅହଲ୍ୟାନଗର। ଅଷ୍ଟଦଶ ଶତାବ୍ଦୀର ରାଣୀ ଅହଲ୍ୟାବାଇ ହୋଲକାରଙ୍କ ନାଁରେ ଅହମଦନଗର ଅହଲ୍ୟାନଗର ହୋଇଛି। ମହାରାଷ୍ଟ୍ର କ୍ୟାବିନେଟରେ ଆଜି ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଅହମଦନଗରକୁ ଅହଲ୍ୟାନଗର କରିବା ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବକୁ ପ୍ରଥମେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତବର୍ଷ ମେ’ରେ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଗୃହୀତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ଔରଙ୍ଗବାଦ ଏବଂ ଓସମାନାବାଦର ନାମ ପରିବର୍ତ୍ତନ କରି ଯଥାକ୍ରମେ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅହମଦନଗର ହେବ ଅହଲ୍ୟାନଗର। ଅଷ୍ଟଦଶ ଶତାବ୍ଦୀର ରାଣୀ ଅହଲ୍ୟାବାଇ ହୋଲକାରଙ୍କ ନାଁରେ ଅହମଦନଗର ଅହଲ୍ୟାନଗର ହୋଇଛି। ମହାରାଷ୍ଟ୍ର କ୍ୟାବିନେଟରେ ଆଜି ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଅହମଦନଗରକୁ ଅହଲ୍ୟାନଗର କରିବା ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବକୁ ପ୍ରଥମେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତବର୍ଷ ମେ’ରେ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଗୃହୀତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ଔରଙ୍ଗବାଦ ଏବଂ ଓସମାନାବାଦର ନାମ ପରିବର୍ତ୍ତନ କରି ଯଥାକ୍ରମେ ସମ୍ଭାଜୀ ନଗର ଏବଂ ଧରାଶିବ କରାଯାଇଥିଲା। ଔରଙ୍ଗାବାଦ ଏବଂ ଓସମାନାବାଦ ମୁଗଲ ଶାସକ ଔରଙ୍ଗଜେବ ଏବଂ ନିଜାମ ମିର ଓସମାନ ଅଲି ଖାନ୍ ନାଁରେ ନାମିତ ହୋଇଥିଲା।

Tags: