ଅସ୍ତ୍ରୋପଚାର ପାଇଁ ଆମେରିକା ଗଲେ ଶାହରୁଖ ଖାନ୍
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ଅସୁସ୍ଥ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ପୂର୍ବରୁ ଶାହରୁଖ୍ ନିଜର ଗୋଟିଏ ଆଖିର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଆଉ ଏକ ଆଖିରେ ସମସ୍ୟା ସୃଷ୍ଟି ହେଲା। ଜୁଲାଇ ୨୯ ତାରିଖରେ ମୁମ୍ବାଇର ଏକ ଚିକିତ୍ସାଳୟରେ ସେ ଅସ୍ତ୍ରୋପଚାର କରିଥିଲେ। ତେବେ ଏଥିରେ ସମସ୍ୟା ସୃଷ୍ଟି ହୋଇଥିଲା। ଏଣୁ ସେ ଅଧିକ ଚିକିତ୍ସା ନିମନ୍ତେ ଆମେରିକା ଯାଇଛନ୍ତି। ତେବେ ଶାହରୁଖ୍ଙ୍କ ପକ୍ଷରୁ ଏନେଇ କୌଣସି କଥା […]
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ଅସୁସ୍ଥ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ପୂର୍ବରୁ ଶାହରୁଖ୍ ନିଜର ଗୋଟିଏ ଆଖିର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଆଉ ଏକ ଆଖିରେ ସମସ୍ୟା ସୃଷ୍ଟି ହେଲା। ଜୁଲାଇ ୨୯ ତାରିଖରେ ମୁମ୍ବାଇର ଏକ ଚିକିତ୍ସାଳୟରେ ସେ ଅସ୍ତ୍ରୋପଚାର କରିଥିଲେ। ତେବେ ଏଥିରେ ସମସ୍ୟା ସୃଷ୍ଟି ହୋଇଥିଲା। ଏଣୁ ସେ ଅଧିକ ଚିକିତ୍ସା ନିମନ୍ତେ ଆମେରିକା ଯାଇଛନ୍ତି। ତେବେ ଶାହରୁଖ୍ଙ୍କ ପକ୍ଷରୁ ଏନେଇ କୌଣସି କଥା ସ୍ପଷ୍ଟ କରାଯାଇନାହିଁ।




