ଅସୁସ୍ଥ ପୁଅକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ଗଡ଼ାଇ ଦେଲେ ମଧ୍ୟପ୍ରଦେଶ ଯୁବକ, କାରଣ ଜାଣିଲେ ଆଖିରେ ଲୁହ ରହିବନି
ଭୋପାଳ : ମଧ୍ୟପ୍ରଦେଶରେ ଜଣେ ଯୁବକ ତାଙ୍କ ଅସୁସ୍ଥ ପୁଅକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମଞ୍ଚରେ ଗଡ଼ାଇ ଦେଇଛନ୍ତି। ସାଗର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ଉଦ୍ବୋଧନ ଦେବା ସମୟରେ ଜଣେ ଯୁବକ ତାଙ୍କ ୧ ବର୍ଷର ପୁଅକୁ ଆଣି ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ଗଡ଼ାଇ ଦେଇଥିଲେ। ଏହା ଥିଲା ଗୋଟେ ବାପାର ନିଜ ଅସୁସ୍ଥ ପୁଅକୁ ବଞ୍ଚାଇବାର ଏକ ନିଆରା ଉଦ୍ୟମ। ଯାହା ଜାଣିଲେ ଯେ କେହି ବି କାନ୍ଦି ପକାଇବେ। ସମ୍ପୃକ୍ତ ଯୁବକଙ୍କ ନାମ […]
ଭୋପାଳ : ମଧ୍ୟପ୍ରଦେଶରେ ଜଣେ ଯୁବକ ତାଙ୍କ ଅସୁସ୍ଥ ପୁଅକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମଞ୍ଚରେ ଗଡ଼ାଇ ଦେଇଛନ୍ତି। ସାଗର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ଉଦ୍ବୋଧନ ଦେବା ସମୟରେ ଜଣେ ଯୁବକ ତାଙ୍କ ୧ ବର୍ଷର ପୁଅକୁ ଆଣି ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ଗଡ଼ାଇ ଦେଇଥିଲେ। ଏହା ଥିଲା ଗୋଟେ ବାପାର ନିଜ ଅସୁସ୍ଥ ପୁଅକୁ ବଞ୍ଚାଇବାର ଏକ ନିଆରା ଉଦ୍ୟମ। ଯାହା ଜାଣିଲେ ଯେ କେହି ବି କାନ୍ଦି ପକାଇବେ। ସମ୍ପୃକ୍ତ ଯୁବକଙ୍କ ନାମ ମୁକେଶ ପଟେଲ। ସେ ଜଣେ ଶ୍ରମିକ। ତାଙ୍କ ପୁଅର ହୃତ୍ପିଣ୍ଡରେ ଏକ କଣା ଅଛି। ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର। କିନ୍ତୁ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ପୁଅର ଚିକିତ୍ସା କରିପାରୁନାହାନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ପୁଅକୁ ଗଡ଼ାଇ ଦେଇଥିଲେ। ମୁକେଶଙ୍କର ଏହି କାର୍ଯ୍ୟ ଦେଖି ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରିଥିଲେ ଏବଂ ପିଲାକୁ ତା’ ମା’କୁ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୁକେଶଙ୍କ ଅସୁବିଧା କ’ଣ ଜାଣିବାକୁ ଚେଷ୍ଟା କରିଥିଲେ। ମୁକେଶଙ୍କ ଦୁଃଖ ଶୁଣିବାପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ ମଧ୍ୟ ସମ୍ପୃକ୍ତ ଯୁବକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଠାଇବାପାଇଁ ଜିଲ୍ଲାପାଳ ଦୀପକ ଆର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁକେଶ ପଟେଲ ହେଉଛନ୍ତି ସାଗର ଜିଲ୍ଲା ଅଧୀନସ୍ଥ କେସଲି ତହସିଲର ସାହାଜପୁର ଗ୍ରାମର। ସେ ତାଙ୍କ ପତ୍ନୀ ନେହା ଏବଂ ବର୍ଷକର ପୁଅ ସହ ରହୁଛନ୍ତି। ତାଙ୍କ ପୁଅକୁ ୩ ମାସ ହୋଇଥିବାବେଳେ ତା’ ହୃତପିଣ୍ଡରେ ଏକ କଣା ଥିବା ଜଣାପଡ଼ିଥିଲା। ପୁଅର ଚିକିତ୍ସା ପାଇଁ ୪ ଲକ୍ଷ ଟଙ୍କା ଦରକାର। ସମସ୍ତ ଚେଷ୍ଟା ସତ୍ତ୍ବେ ମୁକେଶ ବିଫଳ ହେବାରୁ ନିଜ ପୁଅକୁ ବଞ୍ଚାଇବାପାଇଁ ସିଧା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ।




