ଅସୁସ୍ଥ ପତ୍ନୀଙ୍କୁ ଭେଟିବାପାଇଁ ସିସୋଦିଆଙ୍କୁ ଅନୁମତି ଦେଲେ କୋର୍ଟ
ନୂଆଦିଲ୍ଲୀ :ଅସୁସ୍ଥ ପତ୍ନୀଙ୍କୁ ଭେଟିବାପାଇଁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମିଳିବାପରେ ସିସୋଦିଆ ଆଜି ସକାଳେ ମଥୁରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। କୋର୍ଟ ତାଙ୍କୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। ଏହି ସମୟରେ ସେ କେବଳ ଘରେ ହିଁ ରହିବେ। କିନ୍ତୁ କୋର୍ଟ ସର୍ତ୍ତ ରଖିଛନ୍ତି। କୋର୍ଟ କହିଛନ୍ତି , ସିସୋଦିଆ ତାଙ୍କ ପରିବାର ସଦସ୍ୟଙ୍କ ବାଦ୍ ଅନ୍ୟ କାହା […]
ନୂଆଦିଲ୍ଲୀ :ଅସୁସ୍ଥ ପତ୍ନୀଙ୍କୁ ଭେଟିବାପାଇଁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମିଳିବାପରେ ସିସୋଦିଆ ଆଜି ସକାଳେ ମଥୁରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। କୋର୍ଟ ତାଙ୍କୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। ଏହି ସମୟରେ ସେ କେବଳ ଘରେ ହିଁ ରହିବେ। କିନ୍ତୁ କୋର୍ଟ ସର୍ତ୍ତ ରଖିଛନ୍ତି। କୋର୍ଟ କହିଛନ୍ତି , ସିସୋଦିଆ ତାଙ୍କ ପରିବାର ସଦସ୍ୟଙ୍କ ବାଦ୍ ଅନ୍ୟ କାହା ସହ ଏବଂ ଗଣମାଧ୍ୟମରେ କୌଣସି ଟିପ୍ପଣୀ ରଖିପାରିବେନି। ଉଲ୍ଲେଖଯୋଗ୍ୟ ଯେ ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ସିସୋଦିଆଙ୍କ ପତ୍ନୀଙ୍କ ମେଡିକାଲ ରିପୋର୍ଟ ମାଗିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ସିସୋଦିଆ ଏବେ ଜେଲ୍ରେ ଅଛନ୍ତି।




