ଅଷ୍ଟ୍ରିଆ ସ୍କୁଲ୍‌ ଗୁଳିକାଣ୍ଡରେ ୯ ଛାତ୍ରଙ୍କ ସମେତ ୧୦ ମୃତ

ନୂଆଦିଲ୍ଲୀ : ଅଷ୍ଟ୍ରିଆର ଗ୍ରାଜ୍‌ ସହରରେ ମଙ୍ଗଳବାର ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ହୋଇ ୯ ଛାତ୍ରଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀ ଜଣେ ଛାତ୍ର ବୋଲି ଜଣାପଡ଼ିଛି। ସେ ଗୁଳିମାଡ଼ କରିବାପରେ ସ୍କୁଲ୍‌ ଟଏଲେଟ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଉତ୍ତରପଶ୍ଚିମ ଗ୍ରାଜ୍‌ର ଏକ ସ୍କୁଲ୍‌ରେ ଏହି ଗୁଳିକାଣ୍ଡ ଘଟଣା ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ ଅନୁଯାୟୀ ସେମାନେ ପୂର୍ବାହ୍ନ ପ୍ରାୟ ୧୦ଟାରେ ସ୍କୁଲ୍‌ରେ […]

ଅଷ୍ଟ୍ରିଆ ସ୍କୁଲ୍‌ ଗୁଳିକାଣ୍ଡରେ ୯ ଛାତ୍ରଙ୍କ ସମେତ ୧୦ ମୃତ
Samaya Live Picture
Published On

ନୂଆଦିଲ୍ଲୀ : ଅଷ୍ଟ୍ରିଆର ଗ୍ରାଜ୍‌ ସହରରେ ମଙ୍ଗଳବାର ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ହୋଇ ୯ ଛାତ୍ରଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀ ଜଣେ ଛାତ୍ର ବୋଲି ଜଣାପଡ଼ିଛି। ସେ ଗୁଳିମାଡ଼ କରିବାପରେ ସ୍କୁଲ୍‌ ଟଏଲେଟ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଉତ୍ତରପଶ୍ଚିମ ଗ୍ରାଜ୍‌ର ଏକ ସ୍କୁଲ୍‌ରେ ଏହି ଗୁଳିକାଣ୍ଡ ଘଟଣା ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ ଅନୁଯାୟୀ ସେମାନେ ପୂର୍ବାହ୍ନ ପ୍ରାୟ ୧୦ଟାରେ ସ୍କୁଲ୍‌ରେ ଗୁଳିମାଡ଼ ଖବର ପାଇବାପରେ ପହଞ୍ଚିଥିଲେ ଏବଂ ସ୍କୁଲ୍‌ ଭିତରେ ଗୁଳି ଫୁଟୁଥିବା ଶୁଣିଥିଲେ। ଘଟଣାସ୍ଥଳରେ ସଙ୍ଗେସ‌ଙ୍ଗେ ସ୍ବତନ୍ତ୍ର ବାହିନୀ ଏବଂ ଜରୁରୀ ଟିମ୍‌ ମୁତୟନ ହୋଇଥିଲେ। ଆହତ ଛାତ୍ରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଷ୍ଟ୍ରିଆ ଚାନ୍ସଲର କ୍ରିଷ୍ଟିଆନ ଷ୍ଟକର କହିଛନ୍ତି, ସ୍କୁଲ୍‌ ଗୁଳିକାଣ୍ଡ ଏକ ଜାତୀୟ ଦୁଃଖଦ ଘଟଣା ଯାହା ସମଗ୍ର ଦେଶକୁ ମର୍ମାହତ କରିଛି। ଗୁଳିକାଣ୍ଡ ହୋଇଥିବା ସ୍କୁଲ୍‌କୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି। ସ୍କୁଲ୍‌ ପରିସରରେ ତଲାସୀ ଜାରି ରହିଛି ଏବଂ ମାମଲାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Tags: