ଅଶ୍ଳୀଳ ଭିଡିଓ ମାମଲା, ମେ’ ୧୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ଗଲେ ରେବନ୍ନା

ନୂଆଦିଲ୍ଲୀ : ଜେଡି(ଏସ୍) ନେତା ଏଚ୍ଡି ରେବନ୍ନାଙ୍କୁ ଆଜି ଅଶ୍ଳୀଳ ଭିଡିଓ ମାମଲାରେ ମେ’ ୧୪ ତାରିଖ ପର୍ଯ୍ୟନ୍ତ ହାଜତକୁ ପଠାଇ ଦିଆଯାଇଛି। ଅଶ୍ଳୀଳ ଭିଡିଓ ମାମଲା ସହ ଜଡ଼ିତ ଏକ ଅପହରଣ ମାମଲାରେ ଏଚ୍ଡି ରେବନ୍ନାଙ୍କୁ ଗତ ମେ’ ୪ ତାରିଖରେ ଏସ୍ଆଇଟି ଗିରଫ କରିଥିଲା। ମେ’ ୮ ତାରିଖ ପର୍ଯ୍ୟନ୍ତ ରେବନ୍ନା ଏସ୍ଆଇଟି ହାଜତରେ ରହିଥିଲେ। ତେବେ ଆଜି ତାଙ୍କୁ ପୁଣିଥରେ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବିଧାୟକ ଏଚ୍ଡି ରେବନ୍ନା ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ଜେଡି(ଏସ୍) ନେତା ଏଚ୍ଡି ରେବନ୍ନାଙ୍କୁ ଆଜି ଅଶ୍ଳୀଳ ଭିଡିଓ ମାମଲାରେ ମେ’ ୧୪ ତାରିଖ ପର୍ଯ୍ୟନ୍ତ ହାଜତକୁ ପଠାଇ ଦିଆଯାଇଛି। ଅଶ୍ଳୀଳ ଭିଡିଓ ମାମଲା ସହ ଜଡ଼ିତ ଏକ ଅପହରଣ ମାମଲାରେ ଏଚ୍ଡି ରେବନ୍ନାଙ୍କୁ ଗତ ମେ’ ୪ ତାରିଖରେ ଏସ୍ଆଇଟି ଗିରଫ କରିଥିଲା। ମେ’ ୮ ତାରିଖ ପର୍ଯ୍ୟନ୍ତ ରେବନ୍ନା ଏସ୍ଆଇଟି ହାଜତରେ ରହିଥିଲେ। ତେବେ ଆଜି ତାଙ୍କୁ ପୁଣିଥରେ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବିଧାୟକ ଏଚ୍ଡି ରେବନ୍ନା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆଇପିସିର ଧାରା ୩୬୪ଏ, ୩୬୫ ଏବଂ ୩୪ ଅଧୀନରେ ମାମଲା ରୁଜୁ ହୋଇଥିଲା। ଯୌନ ନିର୍ଯାତନା ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଦ୍ବାରା ଗଠନ ହୋଇଥିବା ଏସ୍ଆଇଟି ମଧ୍ୟ ଏଚ୍ଡି ରେବନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ତଦନ୍ତ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ, ଅଶ୍ଳୀଳ ଭିଡିଓ ମାମଲାର ତଦନ୍ତ କରିବା ପାଇଁ କର୍ଣ୍ଣାଟକ ସରକାର ଏକ ଏସ୍ଆଇଟି ଗଠନ କରିଛନ୍ତି।

Tags: