ଅଶୋକ ଗେହଲଟଙ୍କ ପୁଅକୁ ଇଡି ସମନ୍

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍ କରିଛି। ଫେମା (ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ମାମଲାରେ ଇଡି ଆସନ୍ତାକାଲି ବୈଭବ ଗେହଲଟଙ୍କୁ ସମନ୍ କରିଛି। ରାଜସ୍ଥାନ ବିଧାନସଭା ନିର୍ବାଚନର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ବୈଭବ ଗେହଲଟଙ୍କୁ ସମନ୍ କରାଯାଇଥିବାରୁ ସେ ଏହି ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ଅଶୋକ ଗେହଲଟଙ୍କୁ ଟାର୍ଗେଟ୍ କରିବାପାଇଁ ଏହା ଏକ ଉଦ୍ୟମ […]

Samaya Live Picture
Published On

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍ କରିଛି। ଫେମା (ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ମାମଲାରେ ଇଡି ଆସନ୍ତାକାଲି ବୈଭବ ଗେହଲଟଙ୍କୁ ସମନ୍ କରିଛି। ରାଜସ୍ଥାନ ବିଧାନସଭା ନିର୍ବାଚନର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ବୈଭବ ଗେହଲଟଙ୍କୁ ସମନ୍ କରାଯାଇଥିବାରୁ ସେ ଏହି ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ଅଶୋକ ଗେହଲଟଙ୍କୁ ଟାର୍ଗେଟ୍ କରିବାପାଇଁ ଏହା ଏକ ଉଦ୍ୟମ ବୋଲି ସେ କହିଛନ୍ତି। ବୈଭବ କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ଷଡ଼ଯନ୍ତ୍ର। ସେମାନେ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି। ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତି ଉପୁଜିବ ବୋଲି ଆମେ ଜାଣିଥିଲୁ। ସେମାନେ ରାଜ୍ୟ ସଭାପତି ଗୋବିନ୍ଦ ଦତସରାଙ୍କ ଘରେ ମଧ୍ୟ ଚଢ଼ଉ କରିଛନ୍ତି। ବୈଭବ କହିଛନ୍ତି, ମୋ ବାପାଙ୍କୁ ଟାର୍ଗେଟ୍ କରିବାପାଇଁ ସେମାନେ ମତେ ସମନ୍ ପଠାଇଛନ୍ତି। ତେବେ ମୁଁ ଇଡିରେ ହାଜର ହେବି ଏବଂ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବି।

Tags: