ଅଶୋକ ଗେହଲଟଙ୍କୁ କରୋନା, ସ୍ବାଇନ ଫ୍ଲୁ

ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଏବଂ ସ୍ବାଇନ ଫ୍ଲୁ ହୋଇଛି। ଏକ୍ସରେ ଏକ ପୋଷ୍ଟ୍ କରି ଗେହଲଟ ଏହି ସୂଚନା ଦେଇଛନ୍ତି। ଗେହଲଟ ନିଜେ କରୋନା ଏବଂ ସ୍ବାଇନ ଫ୍ଲୁରେ ପୀଡ଼ିତ ହୋଇଥିବା ସଂକ୍ରାନ୍ତରେ ଜଣାଇବା ସହ ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ବଦଳୁଥିବା ପାଗକୁ ନେଇ ସତର୍କ ହେବାପାଇଁ କହିଛନ୍ତି। ଗେହଲଟ କହିଛନ୍ତି, ଗତ କିଛି ଦିନ ଧରି ଜ୍ବର ଲାଗି ରହିବାରୁ ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଏବଂ ସ୍ବାଇନ ଫ୍ଲୁ ହୋଇଛି। ଏକ୍ସରେ ଏକ ପୋଷ୍ଟ୍ କରି ଗେହଲଟ ଏହି ସୂଚନା ଦେଇଛନ୍ତି। ଗେହଲଟ ନିଜେ କରୋନା ଏବଂ ସ୍ବାଇନ ଫ୍ଲୁରେ ପୀଡ଼ିତ ହୋଇଥିବା ସଂକ୍ରାନ୍ତରେ ଜଣାଇବା ସହ ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ବଦଳୁଥିବା ପାଗକୁ ନେଇ ସତର୍କ ହେବାପାଇଁ କହିଛନ୍ତି। ଗେହଲଟ କହିଛନ୍ତି, ଗତ କିଛି ଦିନ ଧରି ଜ୍ବର ଲାଗି ରହିବାରୁ ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା ଏବଂ ସ୍ବାଇନ ଫ୍ଲୁ ଟେଷ୍ଟ୍ କରାଇଲି। ଉଭୟ କରୋନା ଏବଂ ସ୍ବାଇନ ଫ୍ଲୁ ରିପୋର୍ଟ ପଜିଟିଭ ଆସିଥିବାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ମୁଁ କୌଣସି ଲୋକଙ୍କୁ ଭେଟିପାରିବିନି ବୋଲି ଗେହଲଟ କହିଛନ୍ତି।

Tags: