ଅଲୱରରେ ଭିଡ଼ ହିଂସା, ଯୁବକଙ୍କୁ ପିଟିପିଟି ହତ୍ୟା
ଅଲୱର: ରାଜସ୍ଥାନର ଅଲୱରରେ ଏକ ଭିଡ଼ ହିଂସା ମାମଲା ସାମ୍ନାକୁ ଆସିଛି। ବାନ୍ସୁର ଗ୍ରାମରେ କାଠ କାଟିବାକୁ ଯାଇଥିବା ୩ ଜଣ ମୁସ୍ଲିମ ଯୁବକଙ୍କୁ ୩୦ରୁ ଅଧିକ ଲୋକ ଘେରିଯାଇଥିଲେ। ସେମାନେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ନେଇ ଅଲୱରର ହରସୋରା ଥାନାରେ ମାମଲା ରୁଜୁ ହୋଇଛି ଏବଂ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ କରିଛି। ଆଜି ଅପରାହ୍ନରେ ଏହି […]
ଅଲୱର: ରାଜସ୍ଥାନର ଅଲୱରରେ ଏକ ଭିଡ଼ ହିଂସା ମାମଲା ସାମ୍ନାକୁ ଆସିଛି। ବାନ୍ସୁର ଗ୍ରାମରେ କାଠ କାଟିବାକୁ ଯାଇଥିବା ୩ ଜଣ ମୁସ୍ଲିମ ଯୁବକଙ୍କୁ ୩୦ରୁ ଅଧିକ ଲୋକ
ଘେରିଯାଇଥିଲେ। ସେମାନେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ନେଇ ଅଲୱରର ହରସୋରା ଥାନାରେ ମାମଲା ରୁଜୁ ହୋଇଛି ଏବଂ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ କରିଛି। ଆଜି ଅପରାହ୍ନରେ ଏହି ହିଂସା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲଗାତାର କାଠ ଚୋରି ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା ବେଳେ ଏହା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି ।




