ଅଲ୍ ସିଫା ହସ୍ପିଟାଲ୍ରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର ଓ ଆତଙ୍କୀ ଭିତ୍ତିଭୂମି
ନୂଆଦିଲ୍ଲୀ : ଗାଜା ଷ୍ଟ୍ରିପର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ସିଫା ହସ୍ପିଟାଲ ଉପରେ ଆଜି ଇସ୍ରାଏଲ ସେନା ବଡ଼ ଧରଣର ଅପରେସନ ଆରମ୍ଭ କରିଛି। ହମାସ ଆତଙ୍କବାଦୀମାନେ ଏହି ହସ୍ପିଟାଲ୍ରେ ଲୁଚି ରହିଛନ୍ତି ଏବଂ ହସ୍ପିଟାଲ୍ ଭିତରୁ ହିଁ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରୁଛନ୍ତି। ଅଲ୍ ସିଫା ହସ୍ପିଟାଲରେ ଇସ୍ରାଏଲ ହମାସ ବିରୋଧରେ ଅପରେସନ୍ ଆରମ୍ଭ କରିଛି। ହସ୍ପିଟାଲର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଏହି ଅପରେସନ୍ ଆରମ୍ଭ କରିଛି। ହମାସ […]
ନୂଆଦିଲ୍ଲୀ : ଗାଜା ଷ୍ଟ୍ରିପର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ସିଫା ହସ୍ପିଟାଲ ଉପରେ ଆଜି ଇସ୍ରାଏଲ ସେନା ବଡ଼ ଧରଣର ଅପରେସନ ଆରମ୍ଭ କରିଛି। ହମାସ ଆତଙ୍କବାଦୀମାନେ ଏହି ହସ୍ପିଟାଲ୍ରେ ଲୁଚି ରହିଛନ୍ତି ଏବଂ ହସ୍ପିଟାଲ୍ ଭିତରୁ ହିଁ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରୁଛନ୍ତି। ଅଲ୍ ସିଫା ହସ୍ପିଟାଲରେ ଇସ୍ରାଏଲ ହମାସ ବିରୋଧରେ ଅପରେସନ୍ ଆରମ୍ଭ କରିଛି। ହସ୍ପିଟାଲର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଏହି ଅପରେସନ୍ ଆରମ୍ଭ କରିଛି। ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ସେନା ଆତ୍ମସମର୍ପଣ କରିବାପାଇଁ କହିଛି। ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି, ଅଲ ସିଫା ହସ୍ପିଟାଲ୍ରୁ ଇସ୍ରାଏଲୀ ସେନା ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ଆତଙ୍କୀ ଭିତ୍ତିଭୂମି ସବୁ ପାଇଛି। ହମାସ ଆତଙ୍କବାଦୀ ଗୋଷ୍ଠୀ ହସ୍ପିଟାଲକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛି ବୋଲି ଇସ୍ରାଏଲ ଦାବି କରିଛି।




