ଅଲ୍ ଜଜିରା କର୍ମଚାରୀଙ୍କ ୧୯ ପରିବାର ସଦସ୍ୟଙ୍କ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ
ନୂଆଦିଲ୍ଲୀ : ଅଲ୍ ଜଜିରାର ଜଣେ କର୍ମଚାରୀ ମହମ୍ମଦ ଅବୁ ଅଲ୍ କୁମସନ୍ ଇସ୍ରାଏଲ ଆକ୍ରମଣରେ ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ମଙ୍ଗଳବାର ଦିନ ଗାଜା ଷ୍ଟ୍ରିପ୍ର ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ ମହମ୍ମଦ ଅବୁ ଅଲ କୁମସନ୍ ତାଙ୍କ ପରିବାର ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ଏହି ଆକ୍ରମଣରେ ୫୦ରୁ ଅଧିକ ପାଲେଷ୍ଟିନୀୟ ଏବଂ ଜଣେ ହମାସ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ […]
ନୂଆଦିଲ୍ଲୀ : ଅଲ୍ ଜଜିରାର ଜଣେ କର୍ମଚାରୀ ମହମ୍ମଦ ଅବୁ ଅଲ୍ କୁମସନ୍ ଇସ୍ରାଏଲ ଆକ୍ରମଣରେ ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ମଙ୍ଗଳବାର ଦିନ ଗାଜା ଷ୍ଟ୍ରିପ୍ର ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ ମହମ୍ମଦ ଅବୁ ଅଲ କୁମସନ୍ ତାଙ୍କ ପରିବାର ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ଏହି ଆକ୍ରମଣରେ ୫୦ରୁ ଅଧିକ ପାଲେଷ୍ଟିନୀୟ ଏବଂ ଜଣେ ହମାସ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ଅଲ୍ ଜଜିରା ଇସ୍ରାଏଲର ଏଭଳି ଘୃଣ୍ୟ ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଜଣେ ଏସଏନ୍ଜି ଇଞ୍ଜିନିୟର ମହମ୍ମଦ ଅବୁ ଅଲ କୁମସନ୍ ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି ବୋଲି ଅଲ୍ ଜଜିରା ପକ୍ଷରୁ କୁହାଯାଇଛି। ଅଲ୍ ଜଜିରା ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ କରି କୁହାଯାଇଛି ଯେ ଜବାଲିଆ ଆକ୍ରମଣରେ ମହମ୍ମଦଭ୍କ ବାପା, ୨ ଭଉଣୀ, ୮ ପୁତୁରା ଏବଂ ଝିଆରି ତାଙ୍କ ଭାଇ ଏବଂ ଭାଇଙ୍କ ପତ୍ନୀ ଏବଂ ସେମାନଙ୍କ ୪ ପିଲା ଜଣେ ଭାଉଜ ଏବଂ ଜଣେ କାକାଙ୍କର ମୃତ୍ୟୁ ହୋଇଛି।




