ଅଲିମ୍ପିକ୍ସ ଉଦ୍ଘାଟନୀ ପୂର୍ବରୁ ଫ୍ରାନ୍ସରେ ରେଳ ଲାଇନ୍ ଉଡାଇଦେଲେ
ପ୍ୟାରିସ: ଫ୍ରାନ୍ସର ହାଇସ୍ପିଡ୍ ରେଳ ନେଟୱାର୍କରେ ଏକାଧିକ ଲାଇନ୍କୁ ବମ୍ରେ ଉଡାଇ ଦିଆଯାଇଛି। ଯାହା ଫଳରେ ଟ୍ରେନ୍ ଚଳାଚଳରେ ବ୍ୟାପକ ବାଧା ସୃଷ୍ଟି ହୋଇଛି। ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହ ଦିନ ଏହି ଘଟଣା ଘଟିଛି। ପ୍ରଭାବିତ ଲାଇନଗୁଡ଼ିକ ଫ୍ରାନ୍ସର ପଶ୍ଚିମ, ଉତ୍ତର ଓ ପୂର୍ବାଞ୍ଚଳରେ ଅବସ୍ଥିତ, ଯାହା କେବଳ ଘରୋଇ ଟ୍ରେନ୍ ନୁହେଁ ବରଂ ପଡ଼ୋଶୀ ବେଲଜିୟମ ଓ ଲଣ୍ଡନକୁ ଯାତ୍ରା କରୁଥିବା ଟ୍ରେନ୍ଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି। ଫ୍ରାନ୍ସ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ […]
ପ୍ୟାରିସ: ଫ୍ରାନ୍ସର ହାଇସ୍ପିଡ୍ ରେଳ ନେଟୱାର୍କରେ ଏକାଧିକ ଲାଇନ୍କୁ ବମ୍ରେ ଉଡାଇ ଦିଆଯାଇଛି। ଯାହା ଫଳରେ ଟ୍ରେନ୍ ଚଳାଚଳରେ ବ୍ୟାପକ ବାଧା ସୃଷ୍ଟି ହୋଇଛି। ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହ ଦିନ ଏହି ଘଟଣା ଘଟିଛି। ପ୍ରଭାବିତ ଲାଇନଗୁଡ଼ିକ ଫ୍ରାନ୍ସର ପଶ୍ଚିମ, ଉତ୍ତର ଓ ପୂର୍ବାଞ୍ଚଳରେ ଅବସ୍ଥିତ, ଯାହା କେବଳ ଘରୋଇ ଟ୍ରେନ୍ ନୁହେଁ ବରଂ ପଡ଼ୋଶୀ ବେଲଜିୟମ ଓ ଲଣ୍ଡନକୁ ଯାତ୍ରା କରୁଥିବା ଟ୍ରେନ୍ଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି। ଫ୍ରାନ୍ସ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜାତୀୟ ପୁଲିସ ଏହାର ନେତୃତ୍ୱ ନେଇଛି।
ଅଲିମ୍ପିକ୍ସ ଉଦ୍ଘାଟନୀ ସମାରୋହ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଆସିଥିବା ଏହି ବାଧାକୁ ଫ୍ରାନ୍ସ ସରକାରୀ ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ସମଗ୍ର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ଏହି କ୍ରୀଡ଼ା ଆୟୋଜନ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ଏହି ଘଟଣା ଅଲିମ୍ପିକ୍ସ ସହ ଜଡିତ ବୋଲି କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ। ଫ୍ରାନ୍ସର କ୍ରୀଡ଼ାମନ୍ତ୍ରୀ ଆମିଲି ଓଡେୟା-କାଷ୍ଟେରା ଏହି ଭଙ୍ଗାରୁଜାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ପରିବହନ ମନ୍ତ୍ରୀ ପ୍ୟାଟ୍ରିସ୍ ଭର୍ଗ୍ରିଏଟ୍ ରେଳ ନେଟୱାର୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଜଘନ୍ୟ ଆପରାଧିକ କାର୍ଯ୍ୟ ବୋଲି କହିଛନ୍ତି।




