ଅରୁଣାଚଳରେ ୧୧ଟି ସ୍ଥାନର ନାମକରଣ କଲା ଚୀନ୍

ଇଟାନଗର: ଚୀନ୍ ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ଅରୁଣାଚଳପ୍ରଦେଶ ଉପରେ ସର୍ବଦା ନିଜର ଦାବି ସାବ୍ୟସ୍ତ କରିଆସିଥିବା ଚୀନ୍‌ ଏବେ ପୁଣି ଥରେ ୧୧ଟି ସ୍ଥାନର ନାମକରଣ କରିଛି। ଚୀନ୍ତୃତୀୟ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କରିଛି। ଏହି ଅଞ୍ଚଳଗୁଡ଼ିକର ନାମକରଣ କରିବା ସହ ଚୀନ ଏହାକୁ ତିବ୍ଦତର ଦକ୍ଷିଣ ଅଂଶ ବୋଲି କହିଛି। ତେବେ ଚୀନ୍‌ର ଏହି କାର୍ଯ୍ୟକୁ ଭାରତ ତୀବ୍ର ବିରୋଧ କରିଛି। ଭାରତ କହିଛି ଅରୁଣାଚଳପ୍ରଦେଶ ଆମ ଦେଶର […]

Samaya Live Picture
Published On

ଇଟାନଗର: ଚୀନ୍ ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ଅରୁଣାଚଳପ୍ରଦେଶ ଉପରେ ସର୍ବଦା ନିଜର ଦାବି ସାବ୍ୟସ୍ତ କରିଆସିଥିବା ଚୀନ୍‌ ଏବେ ପୁଣି ଥରେ ୧୧ଟି ସ୍ଥାନର ନାମକରଣ କରିଛି। ଚୀନ୍ତୃତୀୟ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କରିଛି। ଏହି ଅଞ୍ଚଳଗୁଡ଼ିକର ନାମକରଣ କରିବା ସହ ଚୀନ ଏହାକୁ ତିବ୍ଦତର ଦକ୍ଷିଣ ଅଂଶ ବୋଲି କହିଛି। ତେବେ ଚୀନ୍‌ର ଏହି କାର୍ଯ୍ୟକୁ ଭାରତ ତୀବ୍ର ବିରୋଧ କରିଛି। ଭାରତ କହିଛି ଅରୁଣାଚଳପ୍ରଦେଶ ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଆଗକୁ ବି ରହିବ। ଚୀନର ସିଭିଲ୍ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ଭୌଗଳିକ ନାମ ତାଲିକାରେ ୨ଟି ବାସସ୍ଥାନ, ଦୁଇଟି ଆବାସିକ କ୍ଷେତ୍ର, ପାଞ୍ଚଟି ପର୍ବତ ଶିଖର ଏବଂ ଦୁଇଟି ନଦୀ ଅନ୍ତର୍ଭୁକ୍ତ । ଗ୍ଲୋବାଲ ଟାଇମ୍ସ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରେ ପ୍ରଥମ ବ୍ୟାଚ୍ରେ ଚୀନ୍‌ ଅରୁଣାଚଳର ୬ଟି ଅଞ୍ଚଳର ନାମ ଘୋଷଣା କରିଥିବା ବେଳେ ୨୦୨୧ ମସିହା ଦ୍ବିତୀୟ ବ୍ୟାଚ୍ରେ ୧୫ଟି ସ୍ଥାନର ନାମ ଘୋଷଣା କରିଥିଲା ।

Tags: