ଅରୁଣାଚଳପ୍ରଦେଶର ୮ଟି ଭୋଟିଂ ବୁଥରେ ପୁନଃ ଭୋଟ୍ ଗ୍ରହଣ ହେବ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶର ୮ଟି ଭୋଟିଂ ବୁଥରେ ନିର୍ବାଚନ କମିସନ୍ ପୁନଃ ଭୋଟ୍ ଗ୍ରହଣ ହେବ। ଗତ ଏପ୍ରିଲ ୧୯ ତାରିଖରେ ଅରୁଣାଚଳପ୍ରଦେଶରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ସମୟରେ ୮ଟି ଭୋଟିଂ ବୁଥରେ ହିଂସା ଉପୁଜିଥିଲା। ଉକ୍ତ ଆସନ ଗୁଡ଼ିକରେ ପୁନଃ ଭୋଟ୍ ଗ୍ରହଣ ହେବ। ରାଜ୍ୟର ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଲିକେନ କୋୟୁ କହିଛନ୍ତି, ନିର୍ବାଚନ କମିସନ ୮ଟି ଆସନରେ ଆସନ୍ତା ଏପ୍ରିଲ ୨୪ ତାରିଖରେ ପୁନଃ ଭୋଟ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶର ୮ଟି ଭୋଟିଂ ବୁଥରେ ନିର୍ବାଚନ କମିସନ୍ ପୁନଃ ଭୋଟ୍ ଗ୍ରହଣ ହେବ। ଗତ ଏପ୍ରିଲ ୧୯ ତାରିଖରେ ଅରୁଣାଚଳପ୍ରଦେଶରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ସମୟରେ ୮ଟି ଭୋଟିଂ ବୁଥରେ ହିଂସା ଉପୁଜିଥିଲା। ଉକ୍ତ ଆସନ ଗୁଡ଼ିକରେ ପୁନଃ ଭୋଟ୍ ଗ୍ରହଣ ହେବ। ରାଜ୍ୟର ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଲିକେନ କୋୟୁ କହିଛନ୍ତି, ନିର୍ବାଚନ କମିସନ ୮ଟି ଆସନରେ ଆସନ୍ତା ଏପ୍ରିଲ ୨୪ ତାରିଖରେ ପୁନଃ ଭୋଟ୍ ଗ୍ରହଣ ହେବ ବୋଲି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୯ ତାରିଖରେ ଆରମ୍ଭ ହୋଇଥିବା ଲୋକସଭା ନିର୍ବାଚନ ଜୁନ୍‌ ୧ ତାରିଖରେ ଶେଷ ହେବ ଏବଂ ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳ ଆସିବ।

Tags: