ଅରୁଣାଚଳପ୍ରଦେଶରେ ୧୫୦ ମତଦାନ କେନ୍ଦ୍ରର ପରିଚାଳନା କରିବେ କେବଳ ମହିଳା : ସିଇଓ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶରେ ଆସନ୍ତାକାଲି ଏକସଙ୍ଗେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ। ତେବେ ଅରୁଣାଚଳରେ ଆସନ୍ତାକାଲି ୧୫୦ ମତଦାନ କେନ୍ଦ୍ରତୁ କେବଳ ମହିଳାମାନେ ପରିଚାଳନା କରିବେ । ଇଟାନଗରରେ ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ ଆଜି ଏହା କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ପୱନ କୁମାର ସାଇନ କହିଛନ୍ତି, ୧ ହଜାରରୁ ଅଧିକ ମହିଳା ଅଫିସର ଏବଂ ଅନ୍ୟ ଅଧିକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବାପାଇଁ ଏହି ମତଦାନ କେନ୍ଦ୍ର ଗୁଡ଼ିକରେ ମୁତୟନ ହୋଇଛନ୍ତି। ରାଜ୍ୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶରେ ଆସନ୍ତାକାଲି ଏକସଙ୍ଗେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ। ତେବେ ଅରୁଣାଚଳରେ ଆସନ୍ତାକାଲି ୧୫୦ ମତଦାନ କେନ୍ଦ୍ରତୁ କେବଳ ମହିଳାମାନେ ପରିଚାଳନା କରିବେ । ଇଟାନଗରରେ ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ ଆଜି ଏହା କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ପୱନ କୁମାର ସାଇନ କହିଛନ୍ତି, ୧ ହଜାରରୁ ଅଧିକ ମହିଳା ଅଫିସର ଏବଂ ଅନ୍ୟ ଅଧିକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବାପାଇଁ ଏହି ମତଦାନ କେନ୍ଦ୍ର ଗୁଡ଼ିକରେ ମୁତୟନ ହୋଇଛନ୍ତି। ରାଜ୍ୟରେ ମତଦାନ ପାଇଁ ମୋଟ୍ ୫୦,୮୪୨ ଜଣ ସରକାରୀ କର୍ମଚାରୀ ମୁତୟନ ହୋଇଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ୨୦୭୩ ନିର୍ବାଚନ ଟିମ୍ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଛନ୍ତି। ରାଜ୍ୟରେ ମୋଟ୍ ୨,୨୨୬ ମତଦାନ କେନ୍ଦ୍ର କରାଯାଇଛି ବୋଲି ସେ କହିଛନ୍ତି।

Tags: