ଅରିନ୍ଦମ ବାଗଚି ହେଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଜାତିସଂଘ ସମେତ ଜେନେଭା ସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନରେ ମଧ୍ୟ ବାଗଚି ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଇନ୍ଦ୍ର ମଣି ପାଣ୍ଡେଙ୍କ ସ୍ଥାନରେ ବାଗଚି ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ। ୧୯୯୫ ବ୍ୟାଚର ଆଇଏଫଏସ ଅଫିସର ବାଗଚି ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ଜଣେ ଅତିରିକ୍ତ ସଚିବ। ଜେନେଭାରେ ସେ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଜାତିସଂଘ ସମେତ ଜେନେଭା ସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନରେ ମଧ୍ୟ ବାଗଚି ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଇନ୍ଦ୍ର ମଣି ପାଣ୍ଡେଙ୍କ ସ୍ଥାନରେ ବାଗଚି ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ। ୧୯୯୫ ବ୍ୟାଚର ଆଇଏଫଏସ ଅଫିସର ବାଗଚି ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ଜଣେ ଅତିରିକ୍ତ ସଚିବ। ଜେନେଭାରେ ସେ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ପରବର୍ତ୍ତୀ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। ଖୁବଶୀଘ୍ର ସେ ତାଙ୍କର ନୂଆ ଦାୟିତ୍ବ ଗ୍ରହଣ କରିବେ।

Tags: