ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବ ବଙ୍ଗଳାର ମରାମତି ଅନିୟମିତତା ନେଇ ତଦନ୍ତ ନିର୍ଦ୍ଦେଶ ଦେଲା ସିଭିସି

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନ ୬ ଫ୍ଲାଗଷ୍ଟାଫ୍ ବଙ୍ଗଳାର ମରାମତି ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍ (ସିଭିସି) ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୩ତାରିଖରେ ୬ ଫ୍ଲାଗଷ୍ଟାଫ୍ ବଙ୍ଗଳା ମରାମତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲ୍ୟୁଡି) ୮ ଏକର ଜାଗା ଉପରେ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ବିଲ୍ଡିଂ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗର ଗଭୀର ତଦନ୍ତ କରି ସିଭିସିକୁ ଏକ ତଥ୍ୟଗତ […]

ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବ ବଙ୍ଗଳାର ମରାମତି ଅନିୟମିତତା ନେଇ ତଦନ୍ତ ନିର୍ଦ୍ଦେଶ ଦେଲା ସିଭିସି
Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନ ୬ ଫ୍ଲାଗଷ୍ଟାଫ୍ ବଙ୍ଗଳାର ମରାମତି ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍ (ସିଭିସି) ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୩ତାରିଖରେ ୬ ଫ୍ଲାଗଷ୍ଟାଫ୍ ବଙ୍ଗଳା ମରାମତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲ୍ୟୁଡି) ୮ ଏକର ଜାଗା ଉପରେ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ବିଲ୍ଡିଂ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗର ଗଭୀର ତଦନ୍ତ କରି ସିଭିସିକୁ ଏକ ତଥ୍ୟଗତ ରିପୋର୍ଟ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ୨୦୧୫ରୁ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ରାଜଧାନୀର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆପ୍‌ ସୁପ୍ରିମୋ‌ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ଥିଲା ଏହି ନବୀକରଣ ହୋଇଥିବା ବଙ୍ଗଳା। କିଛି ଦିନ ତଳେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ୪ଟି ସମ୍ପତ୍ତିକୁ ‘ଶୀଶ୍‌ ମହଲ’ରେ ମିଶ୍ରଣ କୁ ରଦ୍ଦ କରିବାକୁ କହିଥିଲା। ବିଜେପିର ନବନିର୍ବାଚିତ ବିଧାୟକ ବିଜେନ୍ଦର ଗୁପ୍ତା କହିଛନ୍ତି ଯେ ୪ଟି ସରକାରୀ ସମ୍ପତ୍ତିକୁ ମିଶାଇ ବଙ୍ଗଳାର ସମ୍ପ୍ରସାରଣ କରାଯାଉଛି ଏବଂ ଏହାକୁ ବାତିଲ କରିବା ପାଇଁ ସେ ଉପରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି।

Tags: