ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବାପାଇଁ ହ୍ବାଟ୍ସଆପ୍ ନମ୍ବର ଜାରି କଲେ ପତ୍ନୀ ସୁନିତା କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି ତାଙ୍କ ସମର୍ଥକମାନଙ୍କ ପାଇଁ ଏକ ହ୍ବାଟ୍ସଆପ ନମ୍ବର ଜାରି କରିଛନ୍ତି। ଏହି ନମ୍ବର ଜରିଆରେ ସେମାନେ କେଜ୍ରିୱାଲଙ୍କ ନିକଟକୁ ସେମାନଙ୍କ ବାର୍ତ୍ତା ପଠାଇପାରିବେ। ଏକ ଭିଡିଓ ବାର୍ତ୍ତା ଜାରି କରି ସୁନିତା କେଜ୍ରିୱାଲ କହିଛନ୍ତି, ଆମେ ଆଜିଠାରୁ ଏକ ଅଭିଯାନ ‘ କେଜ୍ରିୱାଲ କୋ ଆର୍ଶୀବାଦ’ ଆରମ୍ଭ କରିଛୁ। ଆପଣମାନେ ହ୍ବାଟ୍ସଆପ ନମ୍ବର ଜରିଆରେ ତାଙ୍କୁ ନିଜର ଆର୍ଶୀବାଦ ଏବଂ ଭାବନା ପଠାଇପାରିବେ। […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି ତାଙ୍କ ସମର୍ଥକମାନଙ୍କ ପାଇଁ ଏକ ହ୍ବାଟ୍ସଆପ ନମ୍ବର ଜାରି କରିଛନ୍ତି। ଏହି ନମ୍ବର ଜରିଆରେ ସେମାନେ କେଜ୍ରିୱାଲଙ୍କ ନିକଟକୁ ସେମାନଙ୍କ ବାର୍ତ୍ତା ପଠାଇପାରିବେ। ଏକ ଭିଡିଓ ବାର୍ତ୍ତା ଜାରି କରି ସୁନିତା କେଜ୍ରିୱାଲ କହିଛନ୍ତି, ଆମେ ଆଜିଠାରୁ ଏକ ଅଭିଯାନ ‘ କେଜ୍ରିୱାଲ କୋ ଆର୍ଶୀବାଦ’ ଆରମ୍ଭ କରିଛୁ। ଆପଣମାନେ ହ୍ବାଟ୍ସଆପ ନମ୍ବର ଜରିଆରେ ତାଙ୍କୁ ନିଜର ଆର୍ଶୀବାଦ ଏବଂ ଭାବନା ପଠାଇପାରିବେ। ଯେକୌଣସି ବାର୍ତ୍ତା ଚାହିବେ ଆପଣମାନେ ପଠାଇପାରିବେ ବୋଲି ସୁନିତା ଭିଡିଓ ବାର୍ତ୍ତାରେ କହିଛନ୍ତି। ସୁନିତା କହିଛନ୍ତି, ଅନେକ ଲୋକ ତାଙ୍କୁ ଫୋନ୍ କରୁଛନ୍ତି ଏବଂ କହୁଛନ୍ତି କେଜ୍ରିୱାଲଙ୍କୁ ଜେଲରୁ ମୁକୁଳାଇବାପାଇଁ ସେମାନେ ଉପବାସ ବ୍ରତ କରୁଛନ୍ତି। କେଜ୍ରିୱାଲଙ୍କୁ ବହୁତ ଲୋକ ଭଲପାଆନ୍ତି ବୋଲି ସେ କହିଛନ୍ତି। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ସୁନିତା କେଜ୍ରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

Tags: