ଅଯୋଧ୍ୟାରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ୧ କୋଟି ଘରେ ସୌରଶକ୍ତି ଦ୍ବାରା ବିଜୁଳି ଯୋଗାଣ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରୁ ଫେରିବା ପରେ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ୧ କୋଟି ଘରେ ସୌରଶକ୍ତି ଦ୍ବାରା ବିଦ୍ୟୁତ ସଂଯୋଗ କରାଯିବ। ଆଜି ଅଯୋଧ୍ୟାରୁ ଫେରିବା ପରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି। ଦେଶର ୧ କୋଟି ଘର ଉପରେ ରୁଫ୍ଟପ୍ ସୋଲାର ପାନେଲ୍ ଲାଗିବ। ଏହାଦ୍ବାରା ଗରିବ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରୁ ଫେରିବା ପରେ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ୧ କୋଟି ଘରେ ସୌରଶକ୍ତି ଦ୍ବାରା ବିଦ୍ୟୁତ ସଂଯୋଗ କରାଯିବ। ଆଜି ଅଯୋଧ୍ୟାରୁ ଫେରିବା ପରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି। ଦେଶର ୧ କୋଟି ଘର ଉପରେ ରୁଫ୍ଟପ୍ ସୋଲାର ପାନେଲ୍ ଲାଗିବ। ଏହାଦ୍ବାରା ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ବିଜୁଳି ଖର୍ଚ୍ଚ କମ ହେବ ଓ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବ ବୋଲି ସେ କହିଛନ୍ତି।

Tags: