ଅଯୋଧ୍ୟାକୁ ମିଳିଲା ନୂଆ ରୂପ, ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ନୂଆ ରେଳ ଷ୍ଟେସନ୍, ବିମାନବନ୍ଦର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି। ମୋଦୀ ଅଯୋଧ୍ୟାରେ ପହଞ୍ଚିବାପରେ ତାଙ୍କୁ ଦେଶବ୍ୟାପୀ ବିଭିନ୍ନ ଗୋଷ୍ଠୀ ଏବ ବିଭିନ୍ନ କଳାକାରଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇଛି। ମୋଦୀ ଆଜି ଅଯୋଧ୍ୟାରେ ପୁନଃବିକଶିତ ହୋଇଥିବା ଅଯୋଧ୍ୟା ଧାମ ରେଳ ଷ୍ଟେସନ୍ ଏବଂ ନୂଆ ବିମାନବନ୍ଦର ଉଦ୍ଘାଟନ କରିଛନ୍ତି। ଏଥିସହ ଅଯୋଧ୍ୟାକୁ ନୂଆ ରୂପ ମିଳିଛି। ମୋଦୀ ଆଜି ରେଳ ଷ୍ଟେସନ୍କୁ ଯିବା ବାଟରେ ରୋଡ୍ସୋ କରିଛନ୍ତି। ୧୪୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି। ମୋଦୀ ଅଯୋଧ୍ୟାରେ ପହଞ୍ଚିବାପରେ ତାଙ୍କୁ ଦେଶବ୍ୟାପୀ ବିଭିନ୍ନ ଗୋଷ୍ଠୀ ଏବ ବିଭିନ୍ନ କଳାକାରଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇଛି। ମୋଦୀ ଆଜି ଅଯୋଧ୍ୟାରେ ପୁନଃବିକଶିତ ହୋଇଥିବା ଅଯୋଧ୍ୟା ଧାମ ରେଳ ଷ୍ଟେସନ୍ ଏବଂ ନୂଆ ବିମାନବନ୍ଦର ଉଦ୍ଘାଟନ କରିଛନ୍ତି। ଏଥିସହ ଅଯୋଧ୍ୟାକୁ ନୂଆ ରୂପ ମିଳିଛି। ମୋଦୀ ଆଜି ରେଳ ଷ୍ଟେସନ୍କୁ ଯିବା ବାଟରେ ରୋଡ୍ସୋ କରିଛନ୍ତି। ୧୪୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀଙ୍କୁ ସ୍ବାଗତ କରିଛନ୍ତି। ରାମପଥ ଦେଇ ୪୦ଟି ମଞ୍ଚ ପ୍ରସ୍ତୁତ କରାଯାଇଛି। ମୋଦୀ ମଧ୍ୟ ପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଆଜି ୧୫,୭୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ତେବେ ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ମୋଦୀ ଆଜି ଅଯୋଧ୍ୟା ଧାମ ଜଙ୍କସନ୍ ଉଦ୍ଘାଟନ କରିଛନ୍ତି। ୨ଟି ଅମୃତ ଭାରତ ଏବଂ ୬ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ମୋଦୀଙ୍କ ସହ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଅନ୍ୟମାନେ ଥିଲେ। ବୈଷ୍ଣବ ମୋଦୀଙ୍କୁ ରେଳ ଷ୍ଟେସନ୍ ସଂକ୍ରାନ୍ତରେ ଅବଗତ କରିଥିଲେ।




