ଅଯୋଧ୍ୟାରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ଅଯୋଧ୍ୟା: ପ୍ରଭୁ ରାମଙ୍କୁ ଦର୍ଶନ କରିବା ଲାଗି ହଜାର ହଜାର ଶିବ ସେନାଙ୍କୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ରାମ ମନ୍ଦିରରେ ମହା ଆଳତୀରେ ଯୋଗ ଦେଇ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବେ। ପରେ ସେଠାରେ ରହୁଥିବା ସାଧୁସନ୍ଥମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସନ୍ଧ୍ୟା ବେଳେ ସରଜୁ କୂଳରେ ହେବାକୁ ଥିବା ମହା ଆଳତିରେ ମଧ୍ୟ ସେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହିତ ମହାରାଷ୍ଟ୍ର […]

Samaya Live Picture
Published On

ଅଯୋଧ୍ୟା: ପ୍ରଭୁ ରାମଙ୍କୁ ଦର୍ଶନ କରିବା ଲାଗି ହଜାର ହଜାର ଶିବ ସେନାଙ୍କୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ରାମ ମନ୍ଦିରରେ ମହା ଆଳତୀରେ ଯୋଗ ଦେଇ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବେ। ପରେ ସେଠାରେ ରହୁଥିବା ସାଧୁସନ୍ଥମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସନ୍ଧ୍ୟା ବେଳେ ସରଜୁ କୂଳରେ ହେବାକୁ ଥିବା ମହା ଆଳତିରେ ମଧ୍ୟ ସେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହିତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏବଂ ଉତ୍ତର ପ୍ରଦେଶ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ ଏହି ଗସ୍ତରେ ସାଙ୍ଗରେ ଅଛନ୍ତି। ସିନ୍ଦେଙ୍କ ସହ ହଜାର ହଜାର ସମର୍ଥକ ଆସିଥିବାରୁ ଅଯୋଧ୍ୟାରେ ଥିବା ହୋଟେଲ୍, ଅତିଥି ଭବନ ଓ ଧର୍ମଶାଳା ବୁକ୍ ହୋଇଯାଇଛି। ଏହାଛଡ଼ା, ଶିବ ସେନାର ମନ୍ତ୍ରୀ , ସାଂସଦ ଓ ବିଧାୟକମାନେ ମଧ୍ୟ ଆସିଥିବା ଜଣାପଡ଼ିଛି।

Tags: