ଅମୃତସରରେ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରୢାକେଟ୍‌ ଠାବ, ୯ ଗିରଫ

ଅମୃତସର: ଅମୃତସର କମିସନରେଟ୍ ପୁଲିସ ୩ଟି ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ପାକିସ୍ତାନର ଚୋରା ଚାଲାଣକାରୀଙ୍କ ସହ ଯୋଗାଯୋଗରେ ଥିଲେ। ପଞ୍ଜାବ ପୁଲିସ ଡିଜିପି କହିଛନ୍ତି, ଅମୃତସର କମିସନରେଟ୍ ପୁଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନୋଟି ସୀମାପାର ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଡ୍ୟୁଲର ପର୍ଦ୍ଦାଫାସ କରିବା […]

ଅମୃତସରରେ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରୢାକେଟ୍‌ ଠାବ, ୯ ଗିରଫ
Samaya Live Picture
Published On

ଅମୃତସର: ଅମୃତସର କମିସନରେଟ୍ ପୁଲିସ ୩ଟି ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ପାକିସ୍ତାନର ଚୋରା ଚାଲାଣକାରୀଙ୍କ ସହ ଯୋଗାଯୋଗରେ ଥିଲେ। ପଞ୍ଜାବ ପୁଲିସ ଡିଜିପି କହିଛନ୍ତି, ଅମୃତସର କମିସନରେଟ୍ ପୁଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନୋଟି ସୀମାପାର ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଡ୍ୟୁଲର ପର୍ଦ୍ଦାଫାସ କରିବା ସହ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ପାକିସ୍ତାନର ଚୋରା ଚାଲାଣକାରୀଙ୍କ ସହ ଯୋଗାଯୋଗରେ ଥିଲେ। ପୁଲିସ ୭ଟି ପିସ୍ତଲ, ୬ଟି ଗୁଳି ଓ ଗୋଟିଏ ମୋଟରସାଇକେଲ ଜବତ କରିଛି। ପୁଲିସ ଗେଟ୍ ହାକିମା ଥାନା ଓ ବି-ଡିଭିଜନ ଅମୃତସର ଥାନାରେ ଏତଲା ରୁଜୁ କରିଛି। ଏହା ପୂର୍ବରୁ ବିଏସ୍ଏଫ୍ ଯବାନମାନେ ପଞ୍ଜାବ ପୁଲିସ ସହ ମିଳିତ ଅପରେସନ କରି ତରନତାରନ ଓ ଫିରୋଜପୁର ଜିଲ୍ଲାରେ ପୃଥକ୍ ଘଟଣାରେ ୨ଟି ଡ୍ରୋନ, ପିସ୍ତଲ ପାର୍ଟସ ଓ ଗୋଳାବାରୁଦ ଜବତ କରିଥିଲେ। ବିଏସ୍ଏଫ୍‌ର ଜନସମ୍ପର୍କ ଅଧିକାରୀ (ପଞ୍ଜାବ ଫ୍ରଣ୍ଟିୟର)ଙ୍କ କହିବା ଅନୁଯାୟୀ, ବିଏସ୍ଏଫ୍ ଗୁଇନ୍ଦା ତଥ୍ୟ ଆଧାରରେ ତରନତାରନର ଭିଲେଜ ଡାଲ ନିକଟରେ ଥିବା ଚାଷଜମିରୁ ପିସ୍ତଲ ପାର୍ଟସ, ମାଗାଜିନ ଓ ଜୀବନ୍ତ ଗୁଳି ଜବତ କରାଯାଇଛି।

Tags: