ଅମୃତସରରେ ଆତ୍ମସମର୍ପଣ କରିପାରେ ଅମୃତପାଲ

ଅମୃତସର, ୨୯/୩ : ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ଅମୃତପାଲ ସିଂହ ଆଜି ଅମୃତସରରେ ପଂଜାବ ପୁଲିସ ନିକଟରେ ଆତ୍ମସମର୍ପଣ କରିପାରେ। ଏନେଇ ସୂଚନା ମିଳିବାପରେ ଅମୃତସର ସ୍ବର୍ଣ୍ଣ ମନ୍ଦିର ନିକଟରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବ୍ୟାପକ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ସାଧା ପୋଷାକରେ ମଧ୍ୟ ଅନେକ ପୁଲିସ ସ୍ବର୍ଣ୍ଣ ମନ୍ଦିର ନିକଟରେ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ପୁଲିସ ସମ୍ପୃକ୍ତ ଅଞ୍ଚଳ‌ରେ ଫ୍ଲାଗ ମାର୍ଚ୍ଚ କରିଛି। ମିଳିଥିବା ସୂଚନାନୁଯାୟୀ ଅମୃତପାଲ ପୁଲିସ […]

Samaya Live Picture
Published On

ଅମୃତସର, ୨୯/୩ : ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ଅମୃତପାଲ ସିଂହ ଆଜି ଅମୃତସରରେ ପଂଜାବ ପୁଲିସ ନିକଟରେ ଆତ୍ମସମର୍ପଣ କରିପାରେ। ଏନେଇ ସୂଚନା ମିଳିବାପରେ ଅମୃତସର ସ୍ବର୍ଣ୍ଣ ମନ୍ଦିର ନିକଟରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବ୍ୟାପକ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ସାଧା ପୋଷାକରେ ମଧ୍ୟ ଅନେକ ପୁଲିସ ସ୍ବର୍ଣ୍ଣ ମନ୍ଦିର ନିକଟରେ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ପୁଲିସ ସମ୍ପୃକ୍ତ ଅଞ୍ଚଳ‌ରେ ଫ୍ଲାଗ ମାର୍ଚ୍ଚ କରିଛି। ମିଳିଥିବା ସୂଚନାନୁଯାୟୀ ଅମୃତପାଲ ପୁଲିସ ନିକଟରେ ୩ଟି ଦାବି ରଖିଛି। କିନ୍ତୁ ଏହି ୩ଟି ଦାବି କ’ଣ ତାହା ସ୍ପଷ୍ଟ କରାଯାଇନି। ଇତି ମଧ୍ୟରେ ଅମୃତସର ପୁଲିସ କମିସନର ନୌନିହାଲ ସିଂହ କହିଛନ୍ତି, ଅମୃତପାଲର ଆତ୍ମସମର୍ପଣ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ପଂଜାବରେ ପୁଲିସ ଅମୃତପାଲକୁ ଏକ ଗାଡ଼ିରେ ବସିଥିବା ସନ୍ଦେହ କରିବାପରେ ଏହି ଗାଡ଼ିକୁ ପିଛା କରିଥିଲା। କିନ୍ତୁ କିଛି ବାଟ ଯିବାପରେ ଅମୃତପାଲ ଏବଂ ତା’ ସହଯୋଗୀ ବାଟରେ ଗାଡ଼ି ଠିଆ କରି ଦୌଡ଼ି ପଳାଇଥିବା ପୁଲିସ ଦେଖିଥିଲା। ପଂଜାବର ହୋଶିଆରପୁରରେ ଅମୃତପାଲ ଲୁଚି ରହିଛି ବୋଲି ପୁଲିସ ଖବର ପାଇବାପ‌ରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ପୁଲିସ ଏବେ ହୋଶିଆରପୁରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍‌ କରୁଛି। ହୋଶିଆରପୁରର ମରନେଆଁ ଗ୍ରାମରେ ବିଶାଳ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରୁ ପୁଲିସ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛି।

Tags: