ଅମୃତପାଲକୁ ସର୍ଭେଲାନ୍ସ ଲିଷ୍ଟରେ ରଖିଲା ନେପାଳ
ନୂଆଦିଲ୍ଲୀ, ୨୮/୩ : ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ଅମୃତପାଲକୁ ଧରିବାପାଇଁ ଅପରେସନ ୧୧ ଦିନରେ ପହଞ୍ଚିଥିଲେ ମଧ୍ୟ ଶେଷରେ ଅମୃତପାଲ ଦେଶ ଛାଡ଼ିଦେବାରେ ସଫଳ ହୋଇଛି। ଅମୃତପାଲ ଏବେ ନେପାଳରେ ଅଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏହି ଖବର ଜଣାପଡ଼ିବାପରେ ନେପାଳରେ ହାଇ ଆଲର୍ଟ ଜାରି ହୋଇଛି। ନେପାଳ ସରକାର ଅମୃତପାଇଁ ସତର୍କତା ଜାରି କରିଛନ୍ତି। ଅମୃତପାଲକୁ ତୃତୀୟ ରାଷ୍ଟ୍ରକୁ ଖସିଯିବାକୁ ନଦେବାପାଇଁ ଭାରତ କହିବାପରେ ନେପାଳ ଅମୃତପାଲ ସିଂହଙ୍କୁ ଏହାର ସର୍ଭେଲାନ୍ସ ଲିଷ୍ଟ ତଥା […]
ନୂଆଦିଲ୍ଲୀ, ୨୮/୩ : ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ଅମୃତପାଲକୁ ଧରିବାପାଇଁ ଅପରେସନ ୧୧ ଦିନରେ ପହଞ୍ଚିଥିଲେ ମଧ୍ୟ ଶେଷରେ ଅମୃତପାଲ ଦେଶ ଛାଡ଼ିଦେବାରେ ସଫଳ ହୋଇଛି। ଅମୃତପାଲ ଏବେ ନେପାଳରେ ଅଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏହି ଖବର ଜଣାପଡ଼ିବାପରେ ନେପାଳରେ ହାଇ ଆଲର୍ଟ ଜାରି ହୋଇଛି। ନେପାଳ ସରକାର ଅମୃତପାଇଁ ସତର୍କତା ଜାରି କରିଛନ୍ତି। ଅମୃତପାଲକୁ ତୃତୀୟ ରାଷ୍ଟ୍ରକୁ ଖସିଯିବାକୁ ନଦେବାପାଇଁ ଭାରତ କହିବାପରେ ନେପାଳ ଅମୃତପାଲ ସିଂହଙ୍କୁ ଏହାର ସର୍ଭେଲାନ୍ସ ଲିଷ୍ଟ ତଥା ନିରୀକ୍ଷଣ ତାଲିକାରେ ରଖିଛି। ଅମୃତପାଲ ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ଧରି ତୃତୀୟ ରାଷ୍ଟ୍ରକୁ ଖସି ଯାଇପାରେ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସତର୍କ କରାଯିବାପରେ ନେପାଳ ଆପ୍ରବାସନ ବିଭାଗ ଦ୍ବାରା ଅମୃତପାଲକୁ ଏହାର ସର୍ଭେଲାନ୍ସ ଲିଷ୍ଟରେ ରଖାଯାଇଛି। ଆପ୍ରବାସନ ବିଭାଗ ଏବଂ ନେପାଳ ସରକାର ଏହାର ଅଫିସ ଗୁଡ଼ିକୁ ସତର୍କ କରିଛନ୍ତି। ବିଶେଷ କରି ବିମାନବନ୍ଦର ଅଧିକାରୀଙ୍କୁ ସରକାର ସତର୍କ କରିଛନ୍ତି।




