ଅମୃତପାଲକୁ ଧରିବା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କଲା ପଞ୍ଜାବ ପୁଲିସ

ପଞ୍ଜାବ: ଫେରାର ଥିବା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହକୁ ଧରିବା ପାଇଁ ପଞ୍ଜାବ ପୁଲିସ୍‌ ନାକେଦମ୍‌ ହେଲାଣି। ହେଲେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଲାଣି। ଆସନ୍ତା ୧୪ ତାରିଖରେ ଅମୃତପାଳ୍ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୁଲିସକୁ ସତର୍କ ରହିବାକୁ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବ ପୁଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସର, କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏପରିକି ଆସନ୍ତା […]

Samaya Live Picture
Published On

ପଞ୍ଜାବ: ଫେରାର ଥିବା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହକୁ ଧରିବା ପାଇଁ ପଞ୍ଜାବ ପୁଲିସ୍‌ ନାକେଦମ୍‌ ହେଲାଣି। ହେଲେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଲାଣି। ଆସନ୍ତା ୧୪ ତାରିଖରେ ଅମୃତପାଳ୍ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୁଲିସକୁ ସତର୍କ ରହିବାକୁ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବ ପୁଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସର, କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏପରିକି ଆସନ୍ତା ୧୪ ପର୍ଯ୍ୟନ୍ତ କୌଣସି ଛୁଟି ଆବେଦନ ନ‌ କରିବାକୁ ପରାମର୍ଶ ଦିଆଯାଇଥିଲା ବେଳେ ପୂର୍ବରୁ ଅନୁମୋଦିତ ସବୁ ପ୍ରକାର ଛୁଟି ମଧ୍ୟ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Tags: