ଅମିତ ଶାହ ମାମଲାରେ ରାହୁଲଙ୍କୁ ସମନ୍ କଲେ ଉତ୍ତରପ୍ରଦେଶ କୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଏମ୍ପି ଏମ୍ଏଲଏ କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମନ୍ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦେଇଥିବା ଏକ ଟିପ୍ପଣୀ ପାଇଁ ରାହୁଲଙ୍କୁ କୋର୍ଟ ଆସନ୍ତା ଜାନୁଆରି ୬ ତାରିଖରେ ସମନ୍ କରିଛନ୍ତି। କୋର୍ଟ ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଡିସେମ୍ବର ୧୬ ତଥା ଶନିବାର ହାଜର ହେବାକୁ କହିଥିଲଲେ। କିନ୍ତୁ ରାହୁଲ କୋର୍ଟରେ ହାଜର ନହେବାରୁ କୋର୍ଟ ପୁଣିଥରେ ରାହୁଲଙ୍କୁ ସଦ୍ୟ ସମନ୍ କରିଛନ୍ତି। ୨୦୧୮ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଏମ୍ପି ଏମ୍ଏଲଏ କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମନ୍ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦେଇଥିବା ଏକ ଟିପ୍ପଣୀ ପାଇଁ ରାହୁଲଙ୍କୁ କୋର୍ଟ ଆସନ୍ତା ଜାନୁଆରି ୬ ତାରିଖରେ ସମନ୍ କରିଛନ୍ତି। କୋର୍ଟ ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଡିସେମ୍ବର ୧୬ ତଥା ଶନିବାର ହାଜର ହେବାକୁ କହିଥିଲଲେ। କିନ୍ତୁ ରାହୁଲ କୋର୍ଟରେ ହାଜର ନହେବାରୁ କୋର୍ଟ ପୁଣିଥରେ ରାହୁଲଙ୍କୁ ସଦ୍ୟ ସମନ୍ କରିଛନ୍ତି। ୨୦୧୮ ଅଗଷ୍ଟ ୪ ତାରିଖରେ ବିଜେପି ନେତା ବିଜୟ ମିଶ୍ର ରାହୁଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପାଇଁ ମିଶ୍ର ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

Tags: