ଅମିତ ଶାହଙ୍କୁ ‘ମୂର୍ଖ’ କହିଲେ ଡିଏମ୍କେ ନେତା, ବିଜେପି ପାଲଟା ଜବାବ ଦେଲା
ନୂଆଦିଲ୍ଲୀ : ଡିଏମକେ ସାଂସଦ ଏ ରାଜା ଏକ ଭାଷଣ ଦେବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପରୋକ୍ଷରେ ‘ମୂର୍ଖ’ ବୋଲି କହି ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ଅନ୍ୟ ରାଜ୍ୟରେ ବିଜୟ ପରେ ବିଜେପି ତାମିଲନାଡୁରେ ପ୍ରବେଶ କରିବ ବୋଲି ଶାହଙ୍କ ସାମ୍ପ୍ରତିକ ଦାବିକୁ ଲକ୍ଷ୍ୟ କରି ଦିଆଯାଇଥିବା ଏହି ମନ୍ତବ୍ୟକୁ ଦଳୀୟ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜା କହିଛନ୍ତି, ‘ ଅମିତ ଶାହ ମଦୁରାଇ […]
ନୂଆଦିଲ୍ଲୀ : ଡିଏମକେ ସାଂସଦ ଏ ରାଜା ଏକ ଭାଷଣ ଦେବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପରୋକ୍ଷରେ ‘ମୂର୍ଖ’ ବୋଲି କହି ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ଅନ୍ୟ ରାଜ୍ୟରେ ବିଜୟ ପରେ ବିଜେପି ତାମିଲନାଡୁରେ ପ୍ରବେଶ କରିବ ବୋଲି ଶାହଙ୍କ ସାମ୍ପ୍ରତିକ ଦାବିକୁ ଲକ୍ଷ୍ୟ କରି ଦିଆଯାଇଥିବା ଏହି ମନ୍ତବ୍ୟକୁ ଦଳୀୟ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜା କହିଛନ୍ତି, ‘ ଅମିତ ଶାହ ମଦୁରାଇ ଆସିଥିଲେ। ସେ କହିଥିଲେ, ‘ଆମେ ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର କବଜା କରିଛୁ ଏବଂ ପରବର୍ତ୍ତୀ ହେଉଛି ତାମିଲନାଡୁ।’ ମୂର୍ଖ, ମୂର୍ଖ। ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ଏକ ରାଜନୈତିକ ଦଳର ଏକମାତ୍ର ନେତା। ସେ ହରିୟାଣା ଏବଂ ମହାରାଷ୍ଟ୍ରରେ ଜଣେ ଏକମାତ୍ର ବ୍ୟକ୍ତିଙ୍କୁ ପରାସ୍ତ କରିଛନ୍ତି। ମୁଥୁଭେଲ କରୁଣାନିଧି ଷ୍ଟାଲିନ ଏକାକୀ ବ୍ୟକ୍ତି ନୁହଁନ୍ତି କାରଣ ତାଙ୍କ ପଛରେ ପେରିଆର, ଆନ୍ନା, କରୁଣାନିଧି ଏବଂ ଦ୍ରାବିଡ଼ ଦର୍ଶନ ଅଛି’। ରାଜା ଦ୍ରାବିଡ଼ ଆଦର୍ଶ ପରମ୍ପରା ସମ୍ମୁଖରେ ବିଜେପିକୁ “ବିଚଳିତ” ବୋଲି ଅଭିଯୋଗ କରି କହିଲେ,‘ ତୁମେ ସେହି ଦର୍ଶନକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛ। କାରଣ ଉପରୁ ସେମାନେ ସେହି ଗୋଟିଏ ଭାଷା, ଗୋଟିଏ ଜାତି ଏବଂ ଗୋଟିଏ ଧର୍ମକୁ ଧରି ରହିଛନ୍ତି। ବିଜେପି ମୁଖପାତ୍ର ନାରାୟଣନ ତିରୁପତି ରାଜାଙ୍କ ମନ୍ତବ୍ୟକୁ ନିନ୍ଦା କରି କଡ଼ା ଜବାବ ଦେଇଛନ୍ତି।‘ପୂର୍ବତନ ମନ୍ତ୍ରୀ ଏବଂ ମୂର୍ଖ ଏ ରାଜା ଅମିତ ଶାହଙ୍କୁ ‘ମୂର୍ଖ’ ବୋଲି କହିଛନ୍ତି ଏବଂ ଅସମ୍ମାନଜନକ କଥା କହିଛନ୍ତି। ଯିଏ ଭାରତର ଗୃହମନ୍ତ୍ରୀଙ୍କୁ ଏପରି ସମାଲୋଚନା କରେ, ସେ କେବଳ ମୂର୍ଖ ହୋଇପାରେ ବୋଲି ସେ କହିଛନ୍ତି।




