ଅମରାବତୀ ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ : ଚନ୍ଦ୍ରବାବୁ ନାଇଡ଼ୁ
ନୂଆଦିଲ୍ଲୀ: ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଂଇଡ଼ୁ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଅମରାବତୀ ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ। ପୋଲାଭରମ ପ୍ରକଳ୍ପ ଶେଷ କରିବାପାଇଁ ନାଇଡ଼ୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ନାଇଡ଼ୁ କହିଛନ୍ତି, ବିଶାଖାପାଟନମକୁ ଆର୍ଥିକ ରାଜଧାନୀ ଭାବେ ବିକଶିତ କରାଯିବ ଏବଂ ଏହାକୁ ଏକ ଅତ୍ୟାଧୁନିକ ସ୍ବତନ୍ତ୍ର ସହରରେ ପରିଣତ କରାଯିବ। ନାଇଡ଼ୁ କହିଛନ୍ତି, ଆମେ ପ୍ରତିଶୋଧମୂଳକ ରାଜନୀତି କରିବୁନି ବରଂ ଆମେ ଗଠନମୂଳକ ରାଜନୀତି କରିବୁ। ବିଶାଖାପାଟନା ରାଜ୍ୟର ବାଣିଜ୍ୟିକ ରାଜଧାନୀ […]
ନୂଆଦିଲ୍ଲୀ: ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଂଇଡ଼ୁ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଅମରାବତୀ ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ। ପୋଲାଭରମ ପ୍ରକଳ୍ପ ଶେଷ କରିବାପାଇଁ ନାଇଡ଼ୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ନାଇଡ଼ୁ କହିଛନ୍ତି, ବିଶାଖାପାଟନମକୁ ଆର୍ଥିକ ରାଜଧାନୀ ଭାବେ ବିକଶିତ କରାଯିବ ଏବଂ ଏହାକୁ ଏକ ଅତ୍ୟାଧୁନିକ ସ୍ବତନ୍ତ୍ର ସହରରେ ପରିଣତ କରାଯିବ। ନାଇଡ଼ୁ କହିଛନ୍ତି, ଆମେ ପ୍ରତିଶୋଧମୂଳକ ରାଜନୀତି କରିବୁନି ବରଂ ଆମେ ଗଠନମୂଳକ ରାଜନୀତି କରିବୁ। ବିଶାଖାପାଟନା ରାଜ୍ୟର ବାଣିଜ୍ୟିକ ରାଜଧାନୀ ହେବ। ବିଜୟୱାଡ଼ାରେ ଏନଡିଏର ବିଧାୟକ ଦଳ ବୈଠକରେ ନାଇଡ଼ୁ ଆଜି ଏହି ଘୋଷଣା କରିଛନ୍ତି। ଗୃହରେ ଆଜି ନାଇଡ଼ୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି। ନାଇଡ଼ୁଙ୍କୁ ଗୃହର ନେତା କରିବାପାଇଁ ଜନସେନା ପାର୍ଟୀ ମୁଖ୍ୟ କେ ପୱନ କଲ୍ୟାଣ ପ୍ରସ୍ତାବ ଦେଇଥିଲେ ଏବଂ ବିଜେପି ରାଜ୍ୟ ସଭାପତି ଏହାକୁ ସମର୍ଥନ କରିଥିଲେ।




